ଆସନ୍ତା ୨୬ରୁ ୩୦ ତାରିଖ ମତ୍ସ୍ୟଜିବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ
ଭୁବନେଶ୍ୱର, ୨୬ ଅପ୍ରେଲ (ହି.ସ.)- ଆସନ୍ତା ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ପାଗ ଖରାପ ରହିବା ସହିତ ସମୁଦ୍ର ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜିବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ମାଛ ଧରିବାକୁ ଯିବାକୁ ବାରଣ କରାଯାଇଛି । ୨୬ ତାରିଖରେ ଉତର ଓଡ଼ିଶା ଓଡ଼ିଶା ଉପକୂଳ ଏବଂ ବାହାରେ ପବନର ବେଗ ଘଂଟା ପ୍ରତି ୪୫ରୁ ୫୫
ଆସନ୍ତା ୨୬ରୁ ୩୦ ତାରିଖ ମତ୍ସ୍ୟଜିବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ


ଭୁବନେଶ୍ୱର, ୨୬ ଅପ୍ରେଲ (ହି.ସ.)- ଆସନ୍ତା ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ପାଗ ଖରାପ ରହିବା ସହିତ ସମୁଦ୍ର ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜିବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ମାଛ ଧରିବାକୁ ଯିବାକୁ ବାରଣ କରାଯାଇଛି ।

୨୬ ତାରିଖରେ ଉତର ଓଡ଼ିଶା ଓଡ଼ିଶା ଉପକୂଳ ଏବଂ ବାହାରେ ପବନର ବେଗ ଘଂଟା ପ୍ରତି ୪୫ରୁ ୫୫ କି.ମି. ତଥା ଏହାର ଝଟକା ୬୫ କି.ମି. ଛୁଇଁପାରେ ।

ସେହିପରି ୨୭ ଓ ୨୮ ତାରିଖରେ ଓଡ଼ିଶା ଓଡ଼ିଶା ଉପକୂଳ ଏବଂ ବାହାରେ ପବନର ବେଗ ଘଂଟା ପ୍ରତି ୫୦ରୁ ୬୦ କି.ମି. ତଥା ଏହାର ଝଟକା ୭୦ କି.ମି. ଛୁଇଁପାରେ । ୨୯ ଓ ୩୦ ତାରିଖରେ ଉତର ଓଡ଼ିଶା ଓଡ଼ିଶା ଉପକୂଳ ଏବଂ ବାହାରେ ପବନର ବେଗ ଘଂଟା ପ୍ରତି ୪୫ରୁ ୫୫ କି.ମି. ତଥା ଏହାର ଝଟକା ୬୫ କି.ମି. ଛୁଇଁପାରେ । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜିବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ମାଛ ଧରିବାକୁ ଯିବାକୁ ବାରଣ କରାଯାଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ରବିବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande