
ଝାରସୁଗୁଡ଼ା, ୨୬ ଏପ୍ରିଲ୍ (ହି.ସ.) - ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନା ବଡ଼ବାହାଲ ଛକ ରୁ ଡେଙ୍ଗାବର ରାସ୍ତାର ବାଲାଜୀ କେମ୍ପ ସମ୍ମୁଖରେ ଗୁରୁବାର ବିଲମ୍ୱିତ ରାତିରେରାସ୍ତା କଡ଼ରେ ଛିଡ଼ା ହୋଇଥିବା ଟ୍ରାକ୍ଟର ପଛ ପଟେ ପିଟି ଗୋଟିଏ ବାଇକ୍ ପିଟି ହେବା କାରଣରୁ ବାଇକରେ ବସିଥିବା ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଜଣେ ଯୁବକ ଆହତ ହୋଇଥିବା ଅଭିଯୋଗ ହୋଇଛି । ମୃତ ଯୁବକ ଙ୍କ ନାମ କ୍ଷୀରସାଗର ଛତ୍ରିଆ(୩୫) ଓ ଆହତ ଯୁବକ ଙ୍କ ନାମ ଦୀପକ କିସାନ । ଉଭୟଙ୍କ ଘର ଏହି ବଡ଼ବାହାଲ୍ ଗ୍ରାମରେ ଅଟେ । ସୂଚନା ଅନୁଯାୟୀ କୁଲିହାମାଲ ଅଂଚଳର ଗୋଟିଏ ଟ୍ରାକ୍ଟର ର ତେଲ ସରିଯିବା କାରଣରୁ ରାସ୍ତା କଡ଼ରେ ଠିଆ ହୋଇଥିଲା । ଏହି ସମୟରେ କ୍ଷୀରସାଗର ଓ ଦୀପକ ଓଡ଼ି ୨୩ ଏ ୫୮୦୩ ନମ୍ୱର୍ ବିଶିଷ୍ଟ ବାଇକରେ ଭାତଲଇଡାରୁ ବଡବାହାଲ ଗ୍ରାମ ନିଜ ଘରକୁ ଫେରୁଥିଲେ । ଅନ୍ଧାରରେ ଟ୍ରାକ୍ଟରକୁ ଜାଣି ନ ପାରି ଟ୍ରାକ୍ଟର ର ପଛପଟେ ପିଟି ହୋଇଥିଲେ ଓ ଗୁରୁତର ଆହତ ହୋଇଥିଲେ । ଉଭୟ ଙ୍କୁ ଉଦ୍ଧାର କରି ପ୍ରଥମେ କୋଲାବିରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଲୟ କୁ ନିଆଯାଇଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ କ୍ଷୀରସାଗର ଙ୍କ ମୃତ୍ୟୁ ହୋଇଯାଇଥିବା ଅଭିଯୋଗ ହୋଇଛି । ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଅନ୍ୟପକ୍ଷରେ ଆହତ ଦୀପକ ଧୀରେ ଧୀରେ ସୁସ୍ଥ ହେଉଥିବା ସୂଚନା ମିଳିଛି । ପୋଲିସ ଟ୍ରାକ୍ଟର ଓ ବାଇକକୁ ଜବତ କରିଛି ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ