ନାବାଳିକାକୁ ନିର୍ଯ୍ୟାତନା ନେଇ ଅଭିଯୋଗ
ଜୟପୁର, ୨୬ ଏପ୍ରିଲ୍(ହି.ସ.) – ନାବାଳିକାଙ୍କୁ ନିର୍ଯ୍ୟାତନା ସହ ପ୍ରତାରଣା ହୋଇଥିବା ନେଇ ଜୟପୁର ସଦର ଥାନାରେ ଅଭିଯୋଗ ହୋଇଛି। ପ୍ରଥମେ ନାବାଳିକା ଝିଅକୁ ପ୍ରେମ କରି ଶାରୀରିକ ସପ୍ସପର୍କ ରଖିବାର କିଛି ଦିନ ପରେ ନିର୍ଯ୍ୟାତନା ଦେଉଥିବା ନେଇ ସଦରଥାନାରେ ଏକ ମାମଲା ରୁଜୁ ହୋଇଛି। ପୋଲିସ ସୂଚନା ଅନୁଯା
ନାବାଳିକା କୁ ନିର୍ଯ୍ୟାତନା ନେଇ ଅଭିଯୋଗ


ଜୟପୁର, ୨୬ ଏପ୍ରିଲ୍(ହି.ସ.) – ନାବାଳିକାଙ୍କୁ ନିର୍ଯ୍ୟାତନା ସହ ପ୍ରତାରଣା ହୋଇଥିବା ନେଇ ଜୟପୁର ସଦର ଥାନାରେ ଅଭିଯୋଗ ହୋଇଛି। ପ୍ରଥମେ ନାବାଳିକା ଝିଅକୁ ପ୍ରେମ କରି ଶାରୀରିକ ସପ୍ସପର୍କ ରଖିବାର କିଛି ଦିନ ପରେ ନିର୍ଯ୍ୟାତନା ଦେଉଥିବା ନେଇ ସଦରଥାନାରେ ଏକ ମାମଲା ରୁଜୁ ହୋଇଛି। ପୋଲିସ ସୂଚନା ଅନୁଯାୟୀ ପିଡିତାରା ମା ଲିଖିତ ଭାବେ ଜଣାଇଛନ୍ତି କି ଆମ୍ବାଗୁଡା ଗ୍ରାମର ଅଭିଯୁକ୍ତ ଲିଭିଙ୍ଗ ହରିଜନ ତାଙ୍କ ନାବାଳିକା ଝିଅକୁ ପ୍ରେମ କରି ବଳତ୍କାର କରିଥିଲେ। ଯାହା ଫଳରେ ନାବାଳିକା ସେହି ପିଲା ସାଙ୍ଗରେ ବାହା ହୋଇ ତାଙ୍କ ଘରେ ରହିଥିଲା। ଲିଭିଙ୍ଗର ଘରେ କିଛି ମାସ ରହିବା ପରେ ଲିଭିଙ୍ଗର ଭାଇ ଓ ପରିବାର ଲୋକେ ନାବାଳିକା ଝିଅକୁ ନିର୍ଯ୍ୟାତନା ଦେଇଥିଲେ। ନିର୍ଯ୍ୟାତନା ସହି ନପାରି ନାବାଳିକାର ମା ସଦରଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତିକରି ପୋଲିସ ତଦନ୍ତ ଆରମ୍ଭ କରିଥିବା ପୋଲିସ ତରଫରୁ ସୂଚନା ଦିଆଯାଇଛି।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande