ସୁଧୀର ହତ୍ୟାକାଣ୍ଡରେ ଗିରଫ ୫ ଜଣଙ୍କୁ ପୋଲିସ ରିମାଣ୍ଡରେ ଆଣିଲା
ଗଞ୍ଜାମ, ୨୬ ଏପ୍ରିଲ୍ (ହି.ସ.)- ପ୍ଳଟ ବ୍ୟବସାୟୀ ସୁଧୀର ପାତ୍ର ହତ୍ଯାକାଣ୍ଡରେ ଜଡିତ ଥିଵା ଅଭିଯୋଗରେ ଅଭିଯୁକ୍ତ ଜେଲରେ ଥିବା ୯ ଜଣଙ୍କ ମଧ୍ୟରୁ ୫ ଜଣଙ୍କୁ ଗୋପାଳପୁର ଥାନା ପୋଲିସ ତିନିଦିନିଆ ରିମାଣ୍ଡରେ ଆଣି ତନାଘନା ତଦନ୍ତ ଆରମ୍ଭ କରିଛି। ଆଜି ସେମାନଙ୍କର କ୍ରାଇମ ସିନ୍ ରିକ୍ରିଏସନ କରୁଛି ପୁଲିସ
ସୁଧୀର ହତ୍ୟାକାଣ୍ଡରେ ଗିରଫ ୫ ଜଣଙ୍କୁ ପୋଲିସ ରିମାଣ୍ଡରେ ଆଣିଲା


ଗଞ୍ଜାମ, ୨୬ ଏପ୍ରିଲ୍ (ହି.ସ.)- ପ୍ଳଟ ବ୍ୟବସାୟୀ ସୁଧୀର ପାତ୍ର ହତ୍ଯାକାଣ୍ଡରେ ଜଡିତ ଥିଵା ଅଭିଯୋଗରେ ଅଭିଯୁକ୍ତ ଜେଲରେ ଥିବା ୯ ଜଣଙ୍କ ମଧ୍ୟରୁ ୫ ଜଣଙ୍କୁ ଗୋପାଳପୁର ଥାନା ପୋଲିସ ତିନିଦିନିଆ ରିମାଣ୍ଡରେ ଆଣି ତନାଘନା ତଦନ୍ତ ଆରମ୍ଭ କରିଛି। ଆଜି ସେମାନଙ୍କର କ୍ରାଇମ ସିନ୍ ରିକ୍ରିଏସନ କରୁଛି ପୁଲିସ। ଦୁବୃର୍ତ୍ତ ମାନେ କିପରି ସୁଧୀରକୁ ଅପହରଣ କରିଥିଲେ, କେଉଁ କେଉଁ ସ୍ଥାନକୁ ନେଇ ମରଣାନ୍ତକ ଆକ୍ରମଣ କରିଥିଲେ, କେଉଁଠି ହତ୍ୟା କରିଥିଲେ, ହତ୍ୟା ପରେ ସୁଧୀରର ମୃତଦେହକୁ କିପରି ସୋରଡା ଥାନା ଅଞ୍ଚଳର ଜଙ୍ଗଲିଆ ସ୍ଥାନରେ ଫୋପାଡି ଦେଇଥିଲେ, ପୁଲିସ ଅଭିଯୁକ୍ତମାନଙ୍କୁ ବିଭିନ୍ନ ସ୍ଥାନକୁ ନେଇ ସେମାନଙ୍କ ଠାରୁ ଏସବୁ ତଥ୍ୟ ଓଗାଳୁଛି l

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande