
ଗଞ୍ଜାମ, ୨୬ ଏପ୍ରିଲ୍ (ହି.ସ.)- ବ୍ରହ୍ମପୁରର ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ମାମଲାରେ ରିମାଣ୍ଡରେ ଥିବା ୫ ଜଣ ଅଭିଯୁକ୍ତଙ୍କୁ ନେଇ କ୍ରାଇମ୍ ସ୍ପଟ୍ ରେ ସିନ୍ ରିକ୍ରିଏସନ୍ କରିଛି ପୁଲିସ । ସୁଧିର ଖେଳୁଥିବା ଭଲିବଲ୍ ପଡିଆକୁ ଅଭିଯୁକ୍ତଙ୍କୁ ନେଇ ଡେମୋ କରିଛି ପୁଲିସ । କେଉଁ ସ୍ଥାନରୁ ସୁଧିରଙ୍କୁ ଅପହରଣ କରାଯାଇଥିଲା ତାହା ଦେଖାଇଛନ୍ତି ଅଭିଯୁକ୍ତ ।
ହତ୍ୟାକାଣ୍ଡରେ ଜଡ଼ିତ ଥିବା ଅଭିଯୋଗରେ ଜେଲ୍ ରେ ଥିବା ୯ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୫ ଜଣଙ୍କୁ ଗୋପାଳପୁର ଥାନା ପୁଲିସ ତିନିଦିନିଆ ରିମାଣ୍ଡରେ ଆଣି ତନାଘନା ତଦନ୍ତ ଆରମ୍ଭ କରିଛି । ଆଜି ସେମାନଙ୍କର କ୍ରାଇମ ସିନ୍ ରିକ୍ରିଏସନ କରିଛି ପୁଲିସ । ଦୁର୍ବୃତମାନେ କିପରି ସୁଧୀରକୁ ଅପହରଣ କରିଥିଲେ, କେଉଁ କେଉଁ ସ୍ଥାନକୁ ନେଇ ମରଣାନ୍ତକ ଆକ୍ରମଣ କରିଥିଲେ, କେଉଁଠି ହତ୍ୟା କରିଥିଲେ, ହତ୍ୟା ପରେ ସୁଧୀରର ମୃତଦେହକୁ କିପରି ସୋରଡା ଥାନା ଅଂଚଳର ଜଙ୍ଗଲିଆ ସ୍ଥାନରେ ଫୋପାଡି ଦେଇଥିଲେ, ପୁଲିସ ଅଭିଯୁକ୍ତମାନଙ୍କୁ ବିଭିନ୍ନ ସ୍ଥାନକୁ ନେଇ ସେମାନଙ୍କ ଠାରୁ ଏସବୁ ତଥ୍ୟ ଓଗାଳୁଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ