
ଭଦ୍ରକ, ୨୬ ଅପ୍ରେଲ (ହି.ସ.) - ତାଇକୋଣ୍ଡୋ ଆସୋସିଏସନ ଅଫ ଓଡିଶା (ତାଓ)ରାଜ୍ୟ ସଙ୍ଘର କାର୍ଯ୍ୟକାରିଣୀ ସାଧାରଣ ପରିଷଦ ବୈଠକ ଚରମ୍ପାସ୍ଥିତ ମେଘା କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇ ଯାଇଛି। ଗତ ୧୯ତାରିଖ ଦିନ ହୋଇଥିବା ସାଧାରଣ ପରିଷଦ ବୈଠକରେ ନିର୍ବାଚନ ଅଧିକାରୀ ଅଧିବକ୍ତା ରୋହିତ ଅଗ୍ରୱାଲଙ୍କ ତତ୍ୱାବଧାନରେ ହୋଇ ନିର୍ବାଚନରେ ନିର୍ବାଚିତ ସଦସ୍ୟ ମାନଂକୁ ଆଜି ସମ୍ବର୍ଦ୍ଧିନା ସହ ଶପଥ ପାଠ କରା ଯାଇଥିଲା। ସଭାପତି ଭାବେ ଓଡିଶା କ୍ରିକେଟ ଆସୋସିଏସର ପୂର୍ବତନ ସଭାପତି ଧିରେନ ପଲାଇ, କାର୍ଯକାରୀ ସଭାପତି ଭାବେ ଅଧିବକ୍ତା ଜତିକାନ୍ତ ନାୟକ, ଉପ ସଭାପତି ଭାବେ ରମେଶ କୁମାର ପ୍ରଧାନ, ରମେଶ କୁମାର ଜେନା, ସାଧାରଣ ସମ୍ପାଦକ ଭାବେ ରବି ନାରାୟଣ ପାଣିଗ୍ରାହୀ, ଯୁଗ୍ମ ସମ୍ପାଦକ ଭାବେ ଯୋଗେଶ୍ୱର ମହନ୍ତ, କୋଷାଧକ୍ଷ ଭାବେ ବିଦ୍ୟାଧର ବାରିକ, କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଅଧିବକ୍ତା ପବନ ଶର୍ମା, ଡ଼ ତରୁଣ କୁମାର ବେହେରା, ରବି ନାରାୟଣ ଓଝା, ସୁଧାକର ଜେନା, ରାଜେଶ ବିଶ୍ୱାଳ, ବିଶାଲ ଲଖାନୀ, ଅଜୟ କୁମାର ଧଳ, ଆଦ୍ୟାଶା ଦାସ ଶପଥ ପାଠ କରିଥିଲେ। ଶେଷରେ ସମ୍ପାଦକ ରବିନାରାୟଣ ପାଣିଗ୍ରାହୀ ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ପ୍ରଦାନ କରିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ