
ଜୟପୁର, ୨୬ ଏପ୍ରିଲ୍(ହି.ସ.) – ସରକାରୀ ବସଷ୍ଟାଂଟ ନିକଟରୁ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ଜଣେ ମହିଳାଙ୍କ ସହ ଦୁଇ ନାବାଳିକା କାବୁ କଲା ଜୟପୁର ଟାଉନ ପୋଲିସ। ପୋଲିସ ସୂଚନା ଅନୁଯାଇ ଜୟପୁର ସହରର କେତେକ ସ୍ଥାନରେ ସେକ୍ସ ରାକେଟ ଚାଲୁଥିବା ନେଇ ଅଭିଯୋଗ ଆସିଥିଲା। ଏହାପରେ ଟାଉନ ପୋଲିସ ସରକାରୀ ବସଷ୍ଟାଣ୍ତରେ ୩ଜଣ କୁ ଅଟକ ରଖିବା ସହ ମହିଳାକୁ ଏହି ରାକେଟର ମୁଖ୍ୟ ମାଷ୍ଟର ମାଇଣ୍ଡ ବୋଲି ସନ୍ଦେହ କରିଥିଲା। ଗିରଫ ମହିଳା ଜଣକ ହେଲେ ବେଢାସାହି ଅଂଚଳର ଶିଳ୍ପା ପଣ୍ଡା। ପୋଲିସ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ଏବପ୍ସ ଆଉ କେତେକ ବ୍ୟକ୍ତି ଏଥିରେ ଜଡିତ ଥିବା ସନ୍ଦେହ କରୁଛି। ଟାଉନ ପୋଲିସ ଆଜି ମହିଳାକୁ କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ଦୁଇଜଣ ନାବାଳିକାକୁ ଜୁଭେଲାଇନ ଜଷ୍ଟିସଙ୍କ ନିକଟରେ ହାଜର କରି ସୁଧାର ଗୃହକୁ ପଠାଇଛି। ଜଣେ ନାବାଳିକା ମାଲକାନଗିରି ଜିଲ୍ଲାର ହୋଇଥିବା ବେଳେ ଅନ୍ୟଜଣେ ଖୋର୍ଦ୍ଦା ଜିଲ୍ଲାର ବୋଲି ଟାଉନଥାନା ଏସ ଆଇ ସିଦ୍ଧାର୍ଥ ବେହେରା ପ୍ରକାଶ କରିଛନ୍ତି। ଏହା ରାଜ୍ୟସ୍ତରୀୟ ରକେଟ ବୋଲି ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି