
ଭୁବନେଶ୍ୱର, 26 ଏପ୍ରିଲ୍ (ହି.ସ.)- ବିଧାନସଭାର ସ୍ବତନ୍ତ୍ର ଅଧିବେଶନକୁ ନେଇ ପ୍ରତିକ୍ରିୟା
ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ଯେ, ବିଜେଡି ଡ୍ରାମା କରୁଛି, ତର୍କ ପାଇଁ ତଥ୍ୟ
ନାହିଁ ପାଟି ତୁଣ୍ଡ କରୁଛନ୍ତି | କଂଗ୍ରେସ ପରିଚାଳିତ ମେଣ୍ଟ ବିଜେଡି ଏମାନେ ବିରୋଧ କଲେ |
30 ତାରିଖରେ ବିଧାନସଭାରେ ଆଲୋଚନା ହେବ | ବିଜେଡି -କଂଗ୍ରେସର
ଯଦି ଦମ ଅଛି ତଥ୍ୟ ନେଇ ଆସନ୍ତୁ ଆଲୋଚନା କରିବା | ବିଲ୍ କାଟ ଖାଇଲ ତାର ସମର୍ଥନରେ ଆମେ ତର୍କ କରିବୁ | ପଞ୍ଚାୟତରେ
ମୁନିସିପାଲିଟିରେ ମହିଳା ହେଇପାରୁଛନ୍ତି ବିଧାନସଭା ଓ ସଂସଦରେ କାହିଁକି ନାହିଁ | ଏ ବିଲକୁ ପାରିତ ନ
ହେବାକୁ ଦେଇ କଂଗ୍ରେସ -ବିଜେଡି ଭୁଲ କରିଛନ୍ତି ବୋଲି ସେ କହିଛନ୍ତି ।
ଏଠାରେ ସୂଚନାଯୋଗ୍ୟ, ଭାରତୀୟ ଗଣତନ୍ତ୍ରରେ ମହିଳାମାନଙ୍କ ଯୋଗଦାନକୁ
ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏପ୍ରିଲ ୩୦ରେ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା