
ଭୁବନେଶ୍ୱର, 26 ଏପ୍ରିଲ୍ (ହି.ସ.) -ଦାମ ରାଉତଙ୍କ
ପ୍ରତିମୂର୍ତ୍ତି ଭଙ୍ଗାଯିବା ଘଟଣାରେ ସାଂସଦ ବିଭୂ ତରାଇ ଉଦ୍ବେଗ ପ୍ରକାଶ କରିଛନ୍ତି । ଘଟଣାର ମୁଖ୍ୟମନ୍ତ୍ରୀଙ୍କ
ଦୃଷ୍ଟି ଆକର୍ଷଣ କରାଯାଇଛି, ଏହାର
ତଦନ୍ତ ଦାବି କରାଯାଇଛି ବୋଲି ସେ କହିଛନ୍ତି । ଏହା ସହ ଡିଏଫ୍ଓଙ୍କ ସହ ନିଜେ କଥା ହୋଇଛନ୍ତି
ସାଂସଦ । ତେବେ ମୂର୍ତ୍ତି କିପରି ଭଙ୍ଗା ହେଲା ତାହା ଜାଣିନଥିବା ସେ କହିଛନ୍ତି ।
କାହା ଚାପରେ ମୂର୍ତ୍ତି
ଭଙ୍ଗାଗଲା ତାହାର ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ସେ ଦାବି କରିଛନ୍ତି । ଏରସମା
ଶିଆଳିକୁ ପର୍ଯ୍ୟଟନ କ୍ଷେତ୍ର କରିବାରେ ଦାମ ବାବୁଙ୍କ ଅବଦାନ ବହୁତ । ଏପରି ଭାବେ
ପ୍ରତିମୂର୍ତ୍ତି ଭଙ୍ଗାଯିବା ସ୍ଥାନୀୟ ଅଞ୍ଚଳବାସୀଙ୍କୁ ମର୍ମାହତ କରିଛି ବୋଲି ବିଭୂ ତରାଇ
କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା