
ଭୁବନେଶ୍ୱର, 26 ଏପ୍ରିଲ୍ (ହି.ସ.)-ଆଜି ଭାରତୀୟ
ଜନତା ପାର୍ଟି ରାଜ୍ୟ କାର୍ଯ୍ୟାଳୟରେ କାର୍ଯ୍ୟକର୍ତ୍ତାମାନଙ୍କ ଗହଣରେ ପ୍ରଧାନମନ୍ତ୍ରୀ ଶ୍ରୀ
ନରେନ୍ଦ୍ର ମୋଦୀଜୀଙ୍କ 'ମନ୍ କି
ବାତ୍'
ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାରେ ସବୁଜ ଶକ୍ତିର ସଂକଳ୍ପ, ଭାରତୀୟ ଜ୍ଞାନ ପରମ୍ପରାର ପ୍ରତୀକ 'ବୁଦ୍ଧ ଦର୍ଶନ'ର ମହତ୍ତ୍ୱ ଏବଂ ଡିଜିଟାଇଜେସନ୍ ମାଧ୍ୟମରେ ସାଧାରଣ ଜୀବନରେ ଆସୁଥିବା
ବୈପ୍ଳବିକ ପରିବର୍ତ୍ତନର ଚିତ୍ର ଏକ 'ବିକଶିତ ଭାରତ' ପାଇଁ
ଆମକୁ ନୂତନ ଉର୍ଜା ପ୍ରଦାନ କରିଛି। ମନ୍ କି ବାତ୍ ରେ ସ୍ଥାନୀୟ ପ୍ରତିଭା ଓ ଜନଭାଗିଦାରୀର ସଫଳ
କାହାଣୀ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବା ଦିଗରେ ଏକ ଶକ୍ତିଶାଳୀ ମାଧ୍ୟମ ପାଲଟିଛି।
ଏହି ଅବସରରେ ସ୍ୱତନ୍ତ୍ର
ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ସୂତ୍ରଧର ତଥା ଓଡ଼ିଆ ସ୍ୱାଭିମାନର ଚିରନ୍ତନ ପ୍ରେରଣା ମହାରାଜା
କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିକୃତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ
କରିଥିଲେ ମୁଖ୍ୟମନ୍ତ୍ରୀ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା