
ଭୁବନେଶ୍ୱର, 26 ଏପ୍ରିଲ୍ (ହି.ସ.)- କୋଲକାତା ସ୍ଥିତ
ଉତ୍କଳ ଭବନରେ ସ୍ଥାନୀୟ ଓଡ଼ିଆ ଭାଇଭଉଣୀ ଓ ନିଷ୍ଠାପର ଦଳୀୟ କାର୍ଯ୍ୟକର୍ତ୍ତାମାନଙ୍କ ସହ ଏକ
ସାଙ୍ଗଠନିକ ବୈଠକରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇଛନ୍ତି । ଏହି ବୈଠକରେ ମନ୍ତ୍ରୀ
ବିଭୂତି ଜେନା, ମୁକେଶ ମହାଲିଙ୍ଗ, ବିଧାୟକ ଶ୍ରୀ ସିଦ୍ଧାନ୍ତ ମହାପାତ୍ର, ବିଧାୟକ
ଶ୍ରୀ ଟଙ୍କଧର ତ୍ରିପାଠୀ ଏବଂ ବିଧାୟକ ଶ୍ରୀ ମାନସ ଦତ୍ତ ଉପସ୍ଥିତ ଥିଲେ ।
ଏହି ବୈଠକରେ ଆସନ୍ତା ନିର୍ବାଚନରେ
ଭାରତୀୟ ଜନତା ପାର୍ଟିର ବିଜୟ ସଙ୍କଳ୍ପକୁ ଅଧିକ ସୁଦୃଢ଼ କରିବା ସହ ପ୍ରଧାନମନ୍ତ୍ରୀଙ୍କ
‘ବିକଶିତ ଭାରତ’ର ବାର୍ତ୍ତାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ବିସ୍ତୃତ ଆଲୋଚନା ହୋଇଛି।
ପ୍ରବାସରେ ଓଡ଼ିଶାର କଳା, ସଂସ୍କୃତିର ସୁରକ୍ଷା ପାଇଁ
ଓଡ଼ିଆମାନଙ୍କ ଉତ୍ସାହ ନିଶ୍ଚୟ ପ୍ରଶଂସନୀୟ। ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଥିବା
ଏକତା, ସଙ୍ଗଠନ
ଶକ୍ତି ଓ ଦୃଢ଼ ବିଶ୍ୱାସ ଆଗାମୀ ଦିନରେ ବଡ଼ ପରିବର୍ତ୍ତନର ଆଧାର ସୃଷ୍ଟି କରିବ ବୋଲି ମନ୍ତ୍ରୀ
କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା