
ଭୁବନେଶ୍ୱର, 26 ଏପ୍ରିଲ୍ (ହି.ସ.)- ଗଜପତି ଜିଲ୍ଲାରେ ବୃନ୍ଦାବନ ପ୍ୟାଲେସ ପରିଦର୍ଶନ କରିଛନ୍ତି
ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି
ଯେ, ଗଜପତି ଜିଲ୍ଲା ଗସ୍ତ ଅବସରରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଅମ୍ଲାନ
କୀର୍ତ୍ତିର ସ୍ମୃତି ବହନ କରୁଥିବା ବୃନ୍ଦାବନ ପ୍ୟାଲେସ୍ ପରିଦର୍ଶନ କଲି । ମହେନ୍ଦ୍ରତନୟା ନଦୀ
କୂଳରେ ଥିବା ଏହି ରାଜପ୍ରାସାଦ ପାରଳାଖେମୁଣ୍ଡିର ସମୃଦ୍ଧ ଇତହାସର ସାକ୍ଷୀ । ଆଜି ଏହି ଐତିହ୍ୟର
ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ କାର୍ଯ୍ୟକାରୀ କରାଯାଉଥିବା ପ୍ରକଳ୍ପର ଅଗ୍ରଗତି ବାବଦରେ
ସମୀକ୍ଷା କଲି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା