
ଭୁବନେଶ୍ୱର, 26 ଏପ୍ରିଲ୍ (ହି.ସ.)- ଗଜପତି ଜିଲ୍ଲା ଗସ୍ତରେ ଥିବାବେଳେ ପାରଳାଖେମୁଣ୍ଡିଠାରେ
ଆମ ଦଳର କାର୍ଯ୍ୟାଳୟରେ ସ୍ଥାନୀୟ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତ୍ତାଙ୍କ ସହ ପ୍ରଧାନମନ୍ତ୍ରୀ
ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ୍ କୀ ବାତ୍’ ଶୁଣିଛନ୍ତି
ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏହି ଅବସରରେ ସେ କହିଛନ୍ତି ଯେ, ସାମାଜିକ ପରିବର୍ତ୍ତନ ପାଇଁ ଏହି ରେଡିଓ କାର୍ଯ୍ୟକ୍ରମ
ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇଆସିଛି ।
ପ୍ରକୃତିର ସୁରକ୍ଷାରୁ ଆରମ୍ଭ କରି ଡିଜିଟାଲ ଜନଗଣନା, ମୋଦୀଜୀଙ୍କ ଦ୍ୱାରା
ଉପସ୍ଥାପିତ ପ୍ରତି ପ୍ରସଙ୍ଗ ଜନଭାଗିଦାରୀର ଉଦାହରଣ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା