
ଭୁବନେଶ୍ୱର, 26 ଏପ୍ରିଲ୍ (ହି.ସ.)- ପାରଳାଖେମୁଣ୍ଡିଠାରେ ମହାରାଜା
କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ।
ଏନେଇ ସୋସିଆଲ ମିଡିଆ ଏକ୍ସରେ ଫଟୋ ସେୟାର କରି ପ୍ରଭାତି ପରିଡା କହିଛନ୍ତି ଯେ, ମହାନ
ରାଜନୀତିଜ୍ଞ ତଥା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅନ୍ୟତମ ବିନ୍ଧାଣି ମହାରାଜା କୃଷ୍ଣଚନ୍ଦ୍ର
ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ଅବସରରେ ପାରଳାଖେମୁଣ୍ଡିଠାରେ ତାଙ୍କ ପ୍ରତିମୂର୍ତ୍ତିରେ
ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଲି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା