ଶ୍ରୀକାଶୀ ବିଶ୍ୱନାଥ ଦରବାରରେ ହାଜିରା ଲଗାଇଲେ ପିଏମ ମୋଦି, ପିଲାଙ୍କୁ କଲେ ସ୍ନେହ, ହରଦୋଇ ପ୍ରସ୍ଥାନ
ବାରାଣସୀ (ଉତ୍ତର ପ୍ରଦେଶ), ୨୯ ଏପ୍ରିଲ (ହି.ସ.)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଦୁଇ ଦିନିଆ ବାରାଣସୀ ଗସ୍ତର ଶେଷ ଦିନ ବୁଧବାର ସକାଳେ କାଶୀପୁରାଧିପତି ବାବା ବିଶ୍ୱନାଥଙ୍କ ସ୍ୱର୍ଣ୍ଣିମ ଦରବାରରେ ବିଧିବଦ୍ଧ ହାଜିରି ଦେଇଥିଲେ। ବୈଦିକ ମନ୍ତ୍ରୋଚ୍ଚାରଣ ମଧ୍ୟରେ ମନ୍ଦିର
ପିଏମ


ବାରାଣସୀ (ଉତ୍ତର ପ୍ରଦେଶ), ୨୯ ଏପ୍ରିଲ (ହି.ସ.)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଦୁଇ

ଦିନିଆ ବାରାଣସୀ ଗସ୍ତର ଶେଷ ଦିନ ବୁଧବାର ସକାଳେ କାଶୀପୁରାଧିପତି ବାବା ବିଶ୍ୱନାଥଙ୍କ

ସ୍ୱର୍ଣ୍ଣିମ ଦରବାରରେ ବିଧିବଦ୍ଧ ହାଜିରି ଦେଇଥିଲେ। ବୈଦିକ ମନ୍ତ୍ରୋଚ୍ଚାରଣ ମଧ୍ୟରେ ମନ୍ଦିରର

ସ୍ୱର୍ଣ୍ଣମଣ୍ଡିତ ଗର୍ଭଗୃହରେ ବାବାଙ୍କ ପବିତ୍ର ଜ୍ୟୋତିର୍ଲିଙ୍ଗର ଷୋଡଶୋପଚାର ପୂଜା ଓ ଅଭିଷେକ

ଅର୍ଚ୍ଚକ ଓମ ପ୍ରକାଶ ମିଶ୍ର ସହିତ ପାଞ୍ଚ ଜଣ ବ୍ରାହ୍ମଣ କରାଇଥିଲେ। ଏହି ସମୟରେ

ପ୍ରଧାନମନ୍ତ୍ରୀ ମଧ୍ୟ କାଶୀପୁରାଧିପତିଙ୍କ ପ୍ରତି ଅନୁରାଗ ଓ ଶ୍ରଦ୍ଧାଭାବ ପ୍ରକାଶ କରି

ମନ୍ତ୍ରୋଚ୍ଚାରଣ କରିଥିଲେ ଏବଂ ଦେଶର ସୁଖ-ସମୃଦ୍ଧି ପାଇଁ ମଙ୍ଗଳକାମନା କରିଥିଲେ।

ଦର୍ଶନ-ପୂଜନ ପରେ

ପ୍ରଧାନମନ୍ତ୍ରୀ ମନ୍ଦିର ପରିସରରେ ଉପସ୍ଥିତ ଶିବଭକ୍ତମାନଙ୍କୁ ଅଭିବାଦନ କରିଥିଲେ। କାଶୀର ୫୪ତମ

ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ କାଶୀ ବିଶ୍ୱନାଥ ମନ୍ଦିରକୁ ୫୧ ଜଣ ବ୍ରାହ୍ମଣଙ୍କ ଶଂଖଧ୍ୱନି

ମଧ୍ୟରେ ପ୍ରବେଶ କରିଥିଲେ। ଏହି ସମୟରେ “ହର-ହର ମହାଦେବ” ଧ୍ୱନି ଗୁଞ୍ଜିଉଠିଥିଲା। ଧାମରେ ଡମରୁର ନିନାଦ ଓ ବଟୁକମାନଙ୍କ

ଶଂଖନାଦ ମଧ୍ୟରେ ମନ୍ଦିର ନ୍ୟାସର ଅଧ୍ୟକ୍ଷ ଓ ଅନ୍ୟାନ୍ୟ ପଦାଧିକାରୀମାନେ ପ୍ରଧାନମନ୍ତ୍ରୀ

ମୋଦୀଙ୍କୁ ସ୍ୱାଗତ କରିଥିଲେ।

କାଶୀ ବିଶ୍ୱନାଥ ମନ୍ଦିରରେ

ବିଧିବତ ଦର୍ଶନ-ପୂଜନ କରିବା ପରେ ପ୍ରଧାନମନ୍ତ୍ରୀ ହରଦୋଇ ଯିବା ପାଇଁ ବାବତପୁର ବିମାନବନ୍ଦରକୁ ପ୍ରସ୍ଥାନ

କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande