ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଶେଷ ପର୍ଯ୍ୟାୟରେ କଡ଼ା ସୁରକ୍ଷା ସତ୍ୱେ ଅନେକ ସ୍ଥାନରେ ହିଂସା ଘଟିଛି
କୋଲକାତା, ୨୯ ଏପ୍ରିଲ୍(ହି.ସ.) – ବୁଧବାର ଦିନ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ୱେ ଅନେକ ସ୍ଥାନରୁ ହିଂସା ଏବଂ ବିଶୃଙ୍ଖଳାର ଅଭିଯୋଗ ଆସିଛି। ମତଦାନ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଜନତା ପାର୍ଟି(ବିଜେପି)ର ଏଜେଂଟ ମୁଶାରଫ ନଦୀଆ ଜିଲ୍ଲାର ଚା
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଶେଷ ପର୍ଯ୍ୟାୟରେ କଡ଼ା ସୁରକ୍ଷା ସତ୍ୱେ ଅନେକ ସ୍ଥାନରେ ହିଂସା ଘଟିଛି


କୋଲକାତା, ୨୯ ଏପ୍ରିଲ୍(ହି.ସ.) – ବୁଧବାର ଦିନ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ୱେ ଅନେକ ସ୍ଥାନରୁ ହିଂସା ଏବଂ ବିଶୃଙ୍ଖଳାର ଅଭିଯୋଗ ଆସିଛି। ମତଦାନ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଜନତା ପାର୍ଟି(ବିଜେପି)ର ଏଜେଂଟ ମୁଶାରଫ ନଦୀଆ ଜିଲ୍ଲାର ଚାପ୍ରା ବିଧାନସଭା ନିର୍ବାଚନମଣ୍ଡଳୀର ୫୩ ନମ୍ବର ବୁଥ୍କୁ ଯାଉଥିବାବେଳେ ତାଙ୍କ ଉପରେ ଆକ୍ରମଣ କରାଯାଇଥିଲା। ବିଜେପି ଅଭିଯୋଗ କରିଛି ଯେ ଏଜେଂଟଙ୍କୁ ତୃଣମୂଳ କଂଗ୍ରେସ ସମର୍ଥକମାନେ ପ୍ରବଳ ମାଡ଼ ମାରିଥିଲେ ଏବଂ ତାଙ୍କ ମୁଣ୍ଡକୁ ଭାଙ୍ଗି ଦେଇଥିଲେ।

କୋଲକାତାର ହାଇ-ପ୍ରୋଫାଇଲ୍ ଆସନ ଭବାନୀପୁରରେ, ସୁରକ୍ଷା ବାହିନୀ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ତଥା ବର୍ତମାନର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭାଇ କାର୍ତିକ ବାନାର୍ଜୀଙ୍କୁ ଚେତାବନୀ ଦେଇଥିଲେ ଯେତେବେଳେ ସେ ଏକ ମତଦାନ ବୁଥ୍ ନିକଟରେ କିଛି ଲୋକଙ୍କ ସହ ବସିଥିଲେ। ଏହି ସମୟରେ, ସେହି ନିର୍ବାଚନମଣ୍ଡଳୀର କାଲିଘାଟରେ, ଶୁଭେନ୍ଦୁ ଅଧିକାରୀ ବୁଥ ପରିଦର୍ଶନ କରିବାକୁ ପହଂଚିବା ପରେ ତୃଣମୂଳ କର୍ମୀ ଏବଂ ସମର୍ଥକମାନେ ତାଙ୍କୁ ଘେରି ରହିଥିଲେ ଏବଂ ଚୋର-ଚୋର’ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ଏହାର ଜବାବରେ ବିଜେପି ସମର୍ଥକମାନେ ‘ଜୟ ଶ୍ରୀରାମ’ ସ୍ଲୋଗାନ ଦେଇଥିଲେ। ଉଭୟ ପକ୍ଷ ମଧ୍ୟରେ ନାରାବାଜି ଯୋଗୁଁ କାଲିଘାଟ ରୋଡ଼ ଏବଂ ହରିଶ ମୁଖାର୍ଜୀ ରୋଡ୍ର ଛେଦନ ସ୍ଥଳରେ ଉତପ୍ତ ବାର୍ତାଳାପ ହୋଇଥିଲା। ପରିସ୍ଥିତି ଖରାପ ହେବା ଦେଖି ଶୁଭେନ୍ଦୁ ଅଧିକାରୀ ସେଠାରୁ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲେ ଏବଂ କେନ୍ଦ୍ରୀୟ ବାହିନୀକୁ ଡାକିବାକୁ କହିଥିଲେ। କିଛି ମିନିଟ୍ ମଧ୍ୟରେ ବହୁ ସଂଖ୍ୟକ ପୋଲିସ ଏବଂ କେନ୍ଦ୍ରୀୟ ବାହିନୀ ଘଟଣା ସ୍ଥଳରେ ପହଂଚିଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ହାଲୁକା ଲାଠିଚାର୍ଜ କରିବାକୁ ପଡ଼ିଥିଲା।

ଭବାନୀପୁରର ପଡ଼ୋଶୀ ବିଧାନସଭା ନିର୍ବାଚନମଣ୍ଡଳୀ ରାସବିହାରୀରେ ସକାଳ ଠାରୁ ଉତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା। ଅଭିଯୋଗ ହୋଇଛି ଯେ ଜଣେ କଂଗ୍ରେସ ପୋଲିଂ ଏଜେଂଟଙ୍କୁ ସେଠାରେ ବୁଥ୍ ଭିତରକୁ ପ୍ରବେଶ କରିବାକୁ ବାରଣ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande