ଅଧ୍ୟକ୍ଷଙ୍କ ସମେତ ୩ଜଣଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା
ଭଦ୍ରକ, ୩୦ ଅପ୍ରେଲ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷଙ୍କ ସମେତ ୩ଜଣଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଦୀନବନ୍ଧୁ ଗାହାଣ ଓ ଧନ୍ଦାମୂଳକ (ଭୋକେଶନାଲ)ଶିକ୍ଷକ ଜଗବନ୍ଧୁ ମିଶ୍ର ବିଦ୍ୟାଳୟରୁ ଅବସର ନେଇଥିବା ବେଳେ ଶ୍ୱେତାଲିନା
ADAKHYA BIDAYA KALINA SAMBARDHANA


ଭଦ୍ରକ, ୩୦ ଅପ୍ରେଲ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷଙ୍କ ସମେତ ୩ଜଣଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଦୀନବନ୍ଧୁ ଗାହାଣ ଓ ଧନ୍ଦାମୂଳକ (ଭୋକେଶନାଲ)ଶିକ୍ଷକ ଜଗବନ୍ଧୁ ମିଶ୍ର ବିଦ୍ୟାଳୟରୁ ଅବସର ନେଇଥିବା ବେଳେ ଶ୍ୱେତାଲିନା ଦାସ ବଦଳି ହୋଇ ଭଦ୍ରକ କଲେଜରେ ଯୋଗ ଦେଇଛନ୍ତି। ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ମନୋଲି ସାମଲା ଅତିଥି ପରିଚୟ କରିଥିବା ବେଳେ ଜିତେନ୍ଦ୍ର ରାୟମହାପାତ୍ର ମାନପାତ୍ର ପାଠ କରିଥିଲେ। ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକାମାନେ ଅଧ୍ୟକ୍ଷଙ୍କ ସହନଶୀଳତା ଓ ସମୟାନୁବର୍ତିତା ଉପରେ ଆଲୋକପାତ କରିଥିବା ବେଳେ ଅନ୍ୟ ଅଧ୍ୟାପିକା ଓ ଶିକ୍ଷକଙ୍କ ଛାତ୍ର ବତ୍ସଳତା ସମ୍ପର୍କରେ ବକ୍ତବ୍ୟ ଦେଇଥିଲେ । ଛାତ୍ରଛାତ୍ରୀମାନେ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରିଥିଲେ। ଡ଼ ସୁକାନ୍ତ ଚନ୍ଦ୍ର ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପକ ଜ୍ଞାନ ରଞ୍ଜନ ଭୂୟାଁ, ବିଜୟ କୁମାର ପଣ୍ଡା, ରମେଶ ଚନ୍ଦ୍ର ସାହୁ, ବିଜୟକୁମାର ସାହୁ, ଶ୍ରୀରାମ ଦାଶ, ନାରାୟଣ ପୁଷ୍ଟି, ନିରଞ୍ଜନ ପାଢ଼ୀ, ସରୋଜ କୁମାର ବାରିକ, ଅଧ୍ୟାପିକା ନିରୁପମା ସାହୁ, ଉଷାରାଣୀ ଯେନା, ମନ୍ଦାକିନୀ ବଳ,ଅଲିଭା ଯେନା,ଅଭିଲିପସା ଦାଶ, ଜ୍ୟୋତ୍ସାରାଣୀ ବିଶ୍ୱାଳ, ନିବେଦିତା ପଣ୍ଡା, ଜୟଶ୍ରୀ ମହାରଣା, କିରାଣୀ ବିପଦ ଭଞ୍ଜନ ପତି, ପଦ୍ମିନୀ ମହାନ୍ତି, ରାଜେଶ ଦାସ,ସୁନୀଲ ସେନାପତି ବଶୀଧର ସେଠୀ,ପିତାମ୍ବର ପାତ୍ର, ଦିବାକର ବୀର, ପ୍ରଦୀପ କୁମାର ରାଉଳ, ଅନିଲ କୁମାର ବାରିକ, ରମେଶ କୁମାର ବଳଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande