ଶାରଦା ବିହାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ର ଓ ଛାତ୍ରୀ ଅବିଭକ୍ତ କୋରାପୁଟ ଜିଲ୍ଲାର ମେଟ୍ରିକ ଟପ୍ପର ପ୍ରଥମ ଛାତ୍ର ଅଂଶୁମାନ ଏବଂ ଦ୍ବିତୀୟ ଛାତ୍ରୀ ଅନନ୍ୟା
ଜୟପୁର, , 02 ମେ (ହି.ସ.) ଚଳିତ ବର୍ଷ ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦର ପରିଚାଳିତ ମେଟ୍ରିକ ପରୀକ୍ଷା ଫଳ ଆଜି ସଂଧ୍ୟାରେ ପ୍ରକାଶ ପାଇଛି । ଏଥିରେ ଅବିଭକ୍ତ କୋପାପୁଟ ଜିଲ୍ଲାର ଟପ୍ପର ଏବଂ ଦ୍ବିତୀୟ ଟପ୍ପର ଭାବେ ଜୟପୁର ଶାରଦା ବିହାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ର ଅଂଶୁମାନ ପ୍ରି
ଶାରଦା ବିହାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ର ଓ ଛାତ୍ରୀ  ଅବିଭକ୍ତ କୋରାପୁଟ ଜିଲ୍ଲାର  ମେଟ୍ରିକ ଟପ୍ପର ପ୍ରଥମ ଛାତ୍ର  ଅଂଶୁମାନ  ଏବଂ ଦ୍ବିତୀୟ ଛାତ୍ରୀ ଅନନ୍ୟା


ଜୟପୁର, , 02 ମେ (ହି.ସ.)

ଚଳିତ ବର୍ଷ ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦର ପରିଚାଳିତ ମେଟ୍ରିକ ପରୀକ୍ଷା ଫଳ ଆଜି ସଂଧ୍ୟାରେ ପ୍ରକାଶ ପାଇଛି । ଏଥିରେ ଅବିଭକ୍ତ କୋପାପୁଟ ଜିଲ୍ଲାର ଟପ୍ପର ଏବଂ ଦ୍ବିତୀୟ ଟପ୍ପର ଭାବେ ଜୟପୁର ଶାରଦା ବିହାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ର ଅଂଶୁମାନ ପ୍ରିୟଦର୍ଶୀ ସମୁଦାୟ ୫୭୧ ନମ୍ବର ଏବଂ ଛାତ୍ରୀ ଅନନ୍ୟା ପଟ୍ଟନାୟକ ୫୭୦ ନମ୍ବର ରଖିଛନ୍ତି । ଉଭୟ ଜୟପୁର ବାସିନ୍ଦା ହୋଇଥିବା ବେଳେ ଭବିଷ୍ୟତରେ ଉଭୟ ଡାକ୍ତର ହୋଇ ଲୋକଙ୍କ ସେବା କରିବାକୁ ଇଚ୍ଛାପ୍ରକାଶ କରିଛନ୍ତି । ପ୍ରଥମ ଟପ୍ପର ଛାତ୍ର ଅଂଶୁମାନଙ୍କ ପିତା ଡମ୍ବରୁଧର ଭୂମିଆ ଏବଂ ମାତା ଝୁନୁ ଭୂମିଆ ଏବଂ ଦ୍ବିତୀୟ ଟପ୍ପର ଛାତ୍ରୀ ଅନନ୍ୟାଙ୍କ ପିତା ଶିବାଜୀ ପଟ୍ଟନାୟକ ଏବଂ ମାତା ସବିତା ମହାନ୍ତି । ପିତା ଓ ମାତାଙ୍କ ଆର୍ଶିବାଦ ସହିତ ବିଦ୍ୟାଳୟର ଗୁରୁଜୀ ଓ ଗୁରୁମା ସହିତ ଟ୍ୟୁସନ ଗୁରଜୀଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଆଜି ଏହି ସଫଳତା ପାଇଥିବା ନେଇ ଉଭୟ ପ୍ରକାଶ କରିଥିଲେ। ଏହିପରି ସଫଳତା ନେଇ ଉଭୟ ଖୁସି ପ୍ରକୋଟ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande