
ବଲାଙ୍ଗିର, 02 ମେ (ହି.ସ.)
ବଲାଙ୍ଗିର ନିର୍ମାଣ ଶ୍ରମିକ ସଂଘ ତରଫରୁ ବିଶ୍ୱ ଶ୍ରମିକ ଦିବସ ଶୁକ୍ରବାର ସ୍ଥାନୀୟ କୋସଲ କଳା ମଣ୍ଡଳ ପଡିଆ ଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ କୋସଲ କଳା ମଣ୍ଡଳ ପଡିଆ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ସଂଘର ସଭାପତି ଶମ୍ଭୁ ନାଗ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ପୌରାଧ୍ୟକ୍ଷା ଲିକା ସାହୁ , ମୁଖ୍ୟବକ୍ତା ଭାବେ ଶ୍ରମିକ ନେତା ବରିଷ୍ଠ ଆଇନଜିବୀ ପ୍ରମୋଦ ମିଶ୍ର ଓ ସାମ୍ବାଦିକ ସନ୍ଦିପ କୁଅଁର ଯୋଗ ଦେଇଥିଲେ । ଶ୍ରମିକମାନେ ହେଉଛନ୍ତି ଦେଶର ମେରୁଦଣ୍ଡ । ଦେଶ ନିର୍ମାଣ ରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଯଦିଓ ସମ୍ବିଧାନ ଶ୍ରମିକମାନଙ୍କ କଲ୍ୟାଣ ପାଇଁ ଅନେକ ଅଧିକାର ଦେଇଛି ତଥାପି ଆଜି ପର୍ଯ୍ୟନ୍ତ ଶ୍ରମିକମାନେ ତାଙ୍କ ନ୍ୟାର୍ଯ୍ୟ ଅଧିକାର ରୁ ବଂଚିତ ହୋଇ ରହିଛନ୍ତି । ତେଣୁ ଆଗାମୀ ଦିନରେ ସମସ୍ତ ଶ୍ରମିକ ସମାଜ ଏକ ହୋଇ ନିଜ ହକ୍ ପାଇଁ ଲଢେଇ କରିବାକୁ ଅତିଥିମାନେ ଆହ୍ୱାନ ଦେଇଥିଲେ । ସଂଘର ସଂପାଦକ ସାଧୁ ମହାନନ୍ଦ ସ୍ୱାଗତ ଭାଷଣ ଦେଇଥିବା ବେଳେ ଉପସଭାପତି ସାରଥି ପ୍ରଧାନ, ସଭ୍ୟ ମୁରଲି ମହାକୁର, ଗଜିନ ବଗର୍ତ୍ତି, ବିଜୟ ମହାନନ୍ଦ, ହରିବନ୍ଧୁ ଧରୁଆ, ଦେବଶଙ୍କର ବାଗ, ଦୁର୍ଯ୍ୟୋଧନ ବଗର୍ତ୍ତି, ଶଙ୍କର ଦୀପ, ଅଭିମନ୍ୟୁ ନନ୍ଦ ଓ ସୁଶାନ୍ତ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ