
ବଲାଙ୍ଗିର, 02 ମେ (ହି.ସ.)
ଚଳିତ ବର୍ଷ ସୁଦପଡା ଶିତଳଷଷ୍ଠୀ କମିଟି ତରଫରୁ ୪୫ତମ ଶିତଳଷଷ୍ଠୀ ମହୋତ୍ସବ ପାଳନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଯୁବନେତା ତଥା ଯୁବ ସଂଗଠକ ଦେବଦତ୍ତ ବେହେରା (ବୁଲୁ) ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବୈଠକରେ ଜୁନ ୧୭ ରୁ ୧୯ ତାରିଖ ପର୍ଯ୍ୟନ୍ତ ମହାସମାରୋହରେ ମହୋତ୍ସବ ପାଳନ କରିବା ପାଇଁ ସର୍ବସମ୍ମତି କ୍ରମେ ମତ ପ୍ରକାଶ ପାଇଥିଲା । ସୁଚାରୁ ରୂପେ ମହୋତ୍ସବ ପାଳନ କରିବା ପାଇଁ ଏକ କମିଟି ଗଠନ କରାଯାଇଥିଲା । କମିଟି ର ସଭାପତି ଭାବେ ରାଜେଶ ଦୋରାଙ୍କୁ ମନୋନିତ କରାଯାଇଥିବା ବେଳେ ଉପସଭାପତି ରାଜା ସାମନ୍ତରାୟ, ସଂପାଦକ ସନ୍ତୋଷ କୁମାର ପଣ୍ଡା, ସହ-ସଂପାଦକ ଅନନ୍ତ ମଛଖଣ୍ଡ, କୋଷାଧ୍ୟକ୍ଷ ଉମେଶ କବାଟ ଓ ବୁଲୁ ପ୍ରଧାନ ରହିଛନ୍ତି । ଉପଦେଷ୍ଟା ମଣ୍ଡଳିରେ ଦୁର୍ଗା ଚରଣ ବେହେରା, ପୂର୍ବତନ ନଗରପାଳ ସତ୍ୟନାରାୟଣ ଭୋଇ, କମଲଜିତ ସିଂ, ବିପିନ ପାଢି, ବୁଲୁ ବେହେରା, କାଉସିଲର କିଶୋର କୁମ୍ଭାର, କ୍ଷିରୋଦ ନାଗ, ତିଲୋଚନ ମଛଖଣ୍ଡ, ମନୋଜ ମଛଖଣ୍ଡ, ସୁଶାନ୍ତ ଜାଲ, ଜିତେନ୍ଦ୍ର ତ୍ରିପାଠି, ପ୍ରଶାନ୍ତ ପତି, ମନ ମନହିରା, ସୁବଲ ଖର୍ସେଲ, ଶୁଭ୍ରାଂଶୁ ପାଣ୍ଡେ ଓ ହରଦିପ ଙ୍କୁ ମନୋନିତ କରାଯାଇଛି । ସେହିପରି କାର୍ଯ୍ୟକାରୀ କମିଟିର ସଭ୍ୟ ଭାବେ ବିଶ୍ୱନାଥ ଦୋରା, ବିଦ୍ୟା ସାହୁ, ବଳ ହେର୍ଣ୍ଣା, ରକି ପ୍ରଧାନ, ମନୋଜ ବିଶ୍ୱାଲ, ଶୁଶିଲ ମଲ୍ଲିକ, ଦଣ୍ଡାସି ଗୌଡ, ଆନନ୍ଦ ସାହୁ, ଅଜିତ ସ୍ୱାଇଁ, ରାଜେନ୍ଦ୍ର ଭୋଇ, ପ୍ରହଲ୍ଲାଦ ପାଢୀ, ପ୍ରହଲ୍ଲାଦ ଦୋରା, ଶିବା ପ୍ରଧାନ, ଶଙ୍କର ଦୀପ, ଘନଶ୍ୟାମ ଦୋରା, ଭୋଲା ବେହେରା ଓ ସିନ୍ଧୁ ନାଏକ ପ୍ରମୁଖଙ୍କୁ ମନୋନିତ କରାଯାଇଛି । ଶେଷରେ ବୁଲୁ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ