ମାଟ୍ରିକ୍ଲ ପରୀକ୍ଷା ଫଳ: ଫୁଲବାଣୀ  ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ର ଅଭିଶେଖ ଜିଲ୍ଲା ଟପର
Abisekh matric toper of KANDHAMAL District
ଫୋଟ


କନ୍ଧମାଳ , ୦୨ ମେ (ହି.ସ.)

ଆଜି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି l ଚଳିତ ବର୍ଷ ରାଜ୍ୟରେ ମାଟ୍ରିକ୍ ପରୀକ୍ଷା ପାସ ହାର ୯୫.୩୩ପ୍ରତିଶତ ରହିଥିବା ବେଳେ କନ୍ଧ ମାଳ ଜିଲ୍ଲା ରେ ପାସ ହାର ୯୮.୧୭ପ୍ରତିଶତ ରହିଛି l ପାସ ହାର ରେ କନ୍ଧ ମାଳ ଜିଲ୍ଲା ରାଜ୍ୟ ରେ ତୃତୀୟ ସ୍ଥାନ ରେ ରହିଛି l ତେବେ ଜିଲାରେ ଫୁଲବାଣୀ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ଛାତ୍ର ଅଭିଷେକ ମହାପାତ୍ର ୬୦୦ରୁ ୫୭୫ନମ୍ୱର୍

୯୫.୮୩% ମାର୍କ ରଖି ଟପ୍ପର ହୋଇ ଜିଲ୍ଲା ତଥା ବିଦ୍ୟାଳୟ ପାଇଁ ଗୌରବ ଆଣି ଦେଇଛନ୍ତି l ବାପା ରାଜେନ୍ଦ୍ର କୁମାର ମହାପାତ୍ର ଓ ମା ଆରତୀ ପଣ୍ଡା ଙ୍କ ଏକ ମାତ୍ର ପୁଅ ଅଭିଷେକ l ଅଭିଷେକ ଙ୍କ ନିଷ୍ଠାପର ଉଦ୍ୟମ, ଅକ୍ଲାନ୍ତ ପରିଶ୍ରମ, ପିତାମାତା ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ଆଶୀର୍ବାଦ,ତାଂକୁ ଏହି ସଫଳତା ଆଣି ଦେଇଥିବା କହିଛନ୍ତି ଅଭିଷେକ l ସେ ଅକ୍ଲାନ୍ତ ପରିଶ୍ରମ କରୁଥିଲେ l ତାଙ୍କୁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଧାନ ଶିକ୍ଷକ, ଶ୍ରେଣୀ ଶିକ୍ଷକ, ବନ୍ଧୁ ବାନ୍ଧବ, ସାଙ୍ଗ ସାଥି ଅଭିନନ୍ଦନ ଜଣାଇଛନ୍ତି l ସେହିପରି ଜିଲ୍ଳାରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି ଘୁ.ଉଦୟଗିରି ହବାକ ହାଇସ୍କୁଲ ଛାତ୍ର ଅଭିଳାଷ ପଟ୍ଟନାୟକ, ତୃତୀୟ ସ୍ଥାନ ସlରଙ୍ଗଡ ହାଇସ୍କୁଲ ର ସ୍ଵୟଂ ଜ୍ୟୋତି ପାତ୍ର ରହିଛନ୍ତି l ସେହିପରି ୪ର୍ଥ, ୫ମ ଓ ୬ଷ୍ଠ ସ୍ଥାନରେ ଫୁଲବାଣୀ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ସ୍ମୃତି ଅlଞ୍ଚଲ ଦିଗାଲ, ଜିତେନ୍ଦ୍ର ଆଚାର୍ଯ୍ୟ, ସlନଭି ସାହୁ ବୋଲି ଜିଲ୍ଲା ଶିକ୍ଷଧିକାରୀ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande