
ଭୁବନେଶ୍ୱର, ୩୦ ଏପ୍ରିଲ (ହି.ସ.)- ସୋର ବିଧାୟକ ମାଧବ ଧଡାଙ୍କ ନେତୃତ୍ୱରେ ନିର୍ବାଚନମଣ୍ଡଳୀର ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସଦସ୍ୟ, ସରପଂଚ ଏବଂ ସମସ୍ତ ପଂଚାୟତ ପ୍ରତିନିଧି ଗୁରୁବାର ବିଜେଡି ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସ ଠାରେଭେଟିଛନ୍ତି।
ସୋର ଅଂଚଳର ଉନ୍ନତିମୂଳକ କାର୍ଯ୍ୟ ଏବଂ ଜନସାଧାରଣଙ୍କ ସମସ୍ୟା ସମ୍ପର୍କରେ ପ୍ରତିନିଧିମାନେ ସଭାପତିଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ଲୋକଙ୍କ ହକ୍ ଏବଂ ବିକାଶ ପାଇଁ ଲଢ଼େଇ ଜାରି ରଖିବାକୁ ସଭାପତି ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା