ବୋରିଗୁମ୍ମା ଠାରେ ମୁତୁଟ ଫିନ କ୍ରୋପ ଶାଖା ଉଦଘାଟିତ
ଜୟପୁର, ୩୦ ଏପ୍ରିଲ୍(ହି.ସ.) – କୋରାପୁଟ ଜିଲ୍ଲା ବୋରିଗୁମ୍ମା ଠାରେ ମୁତୁଟ ଫିନ କ୍ରୋପର ନୂତନ ଶାଖା ଉଦଘାଟନ ହୋଇଯାଇଛି। ଏହି ମୁତୁଟ ଫିନ କ୍ରୋପ ଶାଖାରେ ଚାଷୀ ମୂଲିଆ ଠାରୁ ଆରମ୍ଭ କରି ବିଦ୍ୟାର୍ଥୀଙ୍କ ପାଇଁ ଋଣ ପ୍ରଦାନ କରିବା ବ୍ୟବସ୍ଥା ରହିଛି। ସେହିପରି ସୁନା ବନ୍ଧକ, ସୁନା ଋଣ ବ୍ୟବସାୟଙ୍କ ପାଇ
ବୋରିଗୁମ୍ମା ଠାରେ ମୁତୁଟ ଫିନ କ୍ରୋପ ଶାଖା ଉଦଘାଟିତ


ଜୟପୁର, ୩୦ ଏପ୍ରିଲ୍(ହି.ସ.) – କୋରାପୁଟ ଜିଲ୍ଲା ବୋରିଗୁମ୍ମା ଠାରେ ମୁତୁଟ ଫିନ କ୍ରୋପର ନୂତନ ଶାଖା ଉଦଘାଟନ ହୋଇଯାଇଛି। ଏହି ମୁତୁଟ ଫିନ କ୍ରୋପ ଶାଖାରେ ଚାଷୀ ମୂଲିଆ ଠାରୁ ଆରମ୍ଭ କରି ବିଦ୍ୟାର୍ଥୀଙ୍କ ପାଇଁ ଋଣ ପ୍ରଦାନ କରିବା ବ୍ୟବସ୍ଥା ରହିଛି। ସେହିପରି ସୁନା ବନ୍ଧକ, ସୁନା ଋଣ ବ୍ୟବସାୟଙ୍କ ପାଇଁ ୫ ହଜାର ଠାରୁ ଆରମ୍ଭ କରି ୫୦ ହଜାର ପର୍ଯ୍ୟନ୍ତ ଋଣ ଦେବାର ବ୍ୟବସ୍ଥା ରହିଛି। ଏହି ମୁତୁଟ ଫିନ କ୍ରୋପ ବୋରିଗୁମ୍ମାରେ ୭୨ ଶାଖା ଅଟେ। ଏହି ଉଦଘାଟନ ଉତ୍ସବରେ ମୁଖ୍ୟଅତିଥି ଭାବେ ବୋରିଗୁମ୍ମା ବ୍ଲକ ଅଧ୍ୟକ୍ଷ ଦୀପ୍ତିମୟୀ ନାୟକ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ପ୍ରସାଦ ଚନ୍ଦ୍ର ବିଡ଼ିକା ଯୋଗ ଦେଇଥିଲେ। ସେହିପରି ରିଜିଓନାଲ ମେନେଜର ମଥୁରାନନ୍ଦ ଲେଙ୍କା, ଏରିଆ ମେନେଜର ଅଶୋକ କୁମାର ପାଇକ, ରିଜିଓନାଲ ଟ୍ରେଇନେର ସୁନୀଲ ମହାନ୍ତି, ଏରିଆ ଅପରେଶନ ମେନେଜର ଦେବାଶିଷ ଷଡ଼ଙ୍ଗୀ ଏବଂ ଶାଖା ପରିଚାଳକ ଶ୍ରୀନିବାସ ପାଢ଼ୀ ଯୋଗଦେଇ ନୂତନ ଶାଖା ଉଦଘାଟନ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande