
ଭୁବନେଶ୍ୱର, 30 ଏପ୍ରିଲ (ହି.ସ.) ଦୁର୍ନୀତି ମାମଲାରେ ନୀଳଗିରିର ପୂର୍ବତନ ସହକାରୀ ଉଦ୍ୟାନ କୃଷି ଅଧିକାରୀ ପ୍ରଶାନ୍ତ ମିଶ୍ରଙ୍କୁ ବାଲେଶ୍ୱର ଭିଜିଲାନ୍ସ କୋର୍ଟ ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତି। ଭିଜିଲାନ୍ସ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ଅଭିଯୋଗ ଅନୁଯାୟୀ, ପ୍ରଶାନ୍ତ ମିଶ୍ର ଜାତୀୟ ଉଦ୍ୟାନ ମିଶନ ଯୋଜନା ଅଧୀନରେ କଦଳୀ ବଗିଚା ସ୍ଥାପନ ପାଇଁ ଆସିଥିବା ଅର୍ଥର ଅନିୟମିତତା କରି ଆତ୍ମସାତ କରିଥିଲେ। ଏହି ମାମଲାର ତଦନ୍ତ ପରେ ଭିଜିଲାନ୍ସ ବିଭାଗ ଅଭିଯୋଗପତ୍ର ଦାଖଲ କରିଥିଲା।ପ୍ରମାଣ ଓ ସାକ୍ଷ୍ୟ ଆଧାରରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଏହି ରାୟ ଦେଇଛନ୍ତି । ଜରିମାନା ଅଦାୟ ନ କରିଲେ ଅତିରିକ୍ତ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ନ୍ୟାୟାଳୟ ନିର୍ଦେଶ ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ