ଟିପିଡବ୍ଲ୍ୟୁଓଡିଏଲ୍ ବିରୋଧରେ ଡବ୍ଲ୍ୟୁ ଓ ବିଏସ୍ଏମ୍ ତରଫରୁ କର୍ମଚାରୀ ଛଟେଇ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ
ବଲାଙ୍ଗୀର, ୩୦ ଏପ୍ରିଲ୍(ହି.ସ.) – ଟିପିଡବ୍ଲ୍ୟୁଓଡିଏଲ୍ର ମନମୁଖି ଛଟେଇ ବିରୋଧରେ ୱେଷ୍ଟର୍ଣ୍ଣ ଓଡ଼ିଶା ବିଦ୍ୟୁତ ଶ୍ରମିକ ମହାସଂଘ ତରଫରୁ ଆଜି ବଲାଙ୍ଗୀର ସର୍କଲର ପ୍ରତ୍ୟେକ ସେକ୍ସନରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ ହୋଇଯାଇଛି। ସେହିପରି ସ୍ଥାନୀୟ ଆର୍ଇସି ସେକ୍ସନ୍ ପୁଇନ୍ତଲା କାର୍ଯ୍ୟାଳୟ ସମ୍ମୁଖରେ ସାଂ
ଟିପିଡବ୍ଲୁଓଡିଏଲ୍ ବିରୋଧରେ ଡବ୍ଲୁ ଓ ବି ଏସ୍ ଏମ୍ ତରଫରୁ କର୍ମଚାରୀ ଛଟେଇ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ


ବଲାଙ୍ଗୀର, ୩୦ ଏପ୍ରିଲ୍(ହି.ସ.) – ଟିପିଡବ୍ଲ୍ୟୁଓଡିଏଲ୍ର ମନମୁଖି ଛଟେଇ ବିରୋଧରେ ୱେଷ୍ଟର୍ଣ୍ଣ ଓଡ଼ିଶା ବିଦ୍ୟୁତ ଶ୍ରମିକ ମହାସଂଘ ତରଫରୁ ଆଜି ବଲାଙ୍ଗୀର ସର୍କଲର ପ୍ରତ୍ୟେକ ସେକ୍ସନରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ ହୋଇଯାଇଛି। ସେହିପରି ସ୍ଥାନୀୟ ଆର୍ଇସି ସେକ୍ସନ୍ ପୁଇନ୍ତଲା କାର୍ଯ୍ୟାଳୟ ସମ୍ମୁଖରେ ସାଂଗଠନିକ ସଂପାଦକ ପବିତ୍ର ଖୁଂଟିଆଙ୍କ ନେତୃତ୍ୱରେ ସମସ୍ତ କର୍ମଚାରୀ ଏହି ଆନ୍ଦୋଳନରେ ଅଧଘଂଟା କାଳ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଏହି ଆନ୍ଦୋଳନ ଅନିର୍ଦ୍ଦିଷ୍ଟ କାଳ ଜାରିରହିବ ଏବଂ ଜନସାଧାରଣ ତଥା ବିଦ୍ୟୁତ ଉପଭୋକ୍ତାମାନଙ୍କ କୌଣସି ଅସୁବିଧା ନହେବା ସକାଶେ ପ୍ରଚଣ୍ଡ ରୌଦ୍ରତାପକୁ ଦୃଷ୍ଟିରେ ରଖି ବିଦ୍ୟୁତ ସେବା ବଜାୟ ରଖିବା ପାଇଁ ସଂଘ ତରଫରୁ ଆହ୍ୱାନ ଦିଆଯାଇଛି। ଏବଂ ଜନସାଧାରଣଙ୍କ ହିତ ପାଇଁ ଆମର ବିକ୍ଷୋଭ ପ୍ରଦର୍ଶନକୁ ମାତ୍ର ଅଧ ଘଂଟା ପାଇଁ ସିମୀତ ରଖାଯାଇଛି। ଯେପରି ଜନସାଧାରଣଙ୍କ କୌଣସି ଅସୁବିଧା ନହୁଏ ସେବା ଜାରି ରଖିବା ପାଇଁ ନିଷ୍ପତି ନିଆଯାଇଛି। ତେଣୁ ଜନସାଧାରଣଙ୍କୁ ସହଯୋଗ କରିବା ପାଇଁ ସଂଘ ତରଫରୁ ଅନୁରୋଧ କରାଯାଇଛି।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande