ନାବାଳିକା ଅପହରଣ ମାମଲାରେ ଯୁବକ ଗିରଫ
ଜୟପୁର , 30 ଏପ୍ରିଲ୍ (ହି.ସ.)ଏକ ନାବାଳିକାକୁ ଅପହରଣ କରି ଯୌନ ସ˚ପର୍କ ରଖିଥିବା ଅଭିଯୋଗରେ ଆଜି ଜୟପୁର ଟାଉନ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲା ବାପୁଜି ନଗର ଅଞ୍ଚଳର ସାଗର ନାୟକ। ଗତ ୨୬ ତାରିଖରେ ଜଣେ ନାବାଳିକା ଝିଅ ଅପହରଣ ହୋଇଥିବା ନେଇ ଟାଉନ ଥାନାର
ନାବାଳିକା ଅପହରଣ ମାମଲାରେ ଯୁବକ ଗିରଫ


ଜୟପୁର , 30 ଏପ୍ରିଲ୍ (ହି.ସ.)ଏକ ନାବାଳିକାକୁ ଅପହରଣ କରି ଯୌନ ସ˚ପର୍କ ରଖିଥିବା ଅଭିଯୋଗରେ ଆଜି ଜୟପୁର ଟାଉନ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲା ବାପୁଜି ନଗର ଅଞ୍ଚଳର ସାଗର ନାୟକ। ଗତ ୨୬ ତାରିଖରେ ଜଣେ ନାବାଳିକା ଝିଅ ଅପହରଣ ହୋଇଥିବା ନେଇ ଟାଉନ ଥାନାରେ ମାମଲା ରୁଜୁ ହୋଇଥିଲା। ମାମଲାକୁ ଭିତ୍ତିକରି ଜୟପୁର ଟାଉନପୁଲିସ ତଦନ୍ତ ଆରମ୍ଭ କରିଥିଲା। ଆଜି ଅଭିଯୁକ୍ତ ସାଗର ନାୟକକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଟାଉନ ଥାନା ଅଧିକାରୀ ଉଲ୍ଲାସ ରାଉତ ପ୍ରକାଶ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande