
ଜୟପୁର , 30 ଏପ୍ରିଲ୍ (ହି.ସ.)
କୋରାପୁଟ ଜିଲ୍ଲା ବିକ୍ରମଦେବ ବିଶ୍ବବିଦ୍ୟାଳୟ ଏନସିସି ୧୫ ଓଡିଶା ବାଟାଲିଅନ ପକ୍ଷରୁ ରାଙ୍କ ସେରିମନି ପାଳିତ ହୋଇଯାଇଛି। ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟ ରେଜିଷ୍ଟାର ମହେଶ୍ବର ନାୟକ, ଲ୍ୟାପଟନ ଲକ୍ଷ୍ମଣ ପାତ୍ର,ସନ୍ତୋଷୀ ମୁଣ୍ତା,ମ୍ହମ୍ମଦ ସରିଫ,ରାଜେନ୍ଦ୍ର ସାହୁ,ନିଶାନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଏନସିସି ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ। ବିଶ୍ବବିଦ୍ୟାଳୟର ୩ୟ ବର୍ଷ ଛାତ୍ର ରାହୁଲ କୁମାର, ସାହିଲ ଖାନ, ପ୍ରଭାତ ହରିଜନ, ବିଜୟକ୍ରୀଷ୍ଣା ହରିଜନ, ବଳରାମ ଦାସ,ଦ୍ବିତୀୟ ବର୍ଷର କାହ୍ନା ସାହୁ, ନିତେଶ କୁମାର ପ୍ରଧାନ, ଗ୍ରୀସି ବିଷୋୟୀ ଭାରତୀ ପଦ୍ମିନୀଙ୍କୁ ମ୍ୟାଡଲ ଓ ମାନପତ୍ର ପ୍ରଦାନ କରାଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି