କମିଶନରେଟ୍ ପୋଲିସ୍ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା
ଭୁବନେଶ୍ୱର, ୩୦ ଏପ୍ରିଲ (ହି.ସ.)- କମିଶନରେଟ୍ ପୋଲିସ୍ ପରିବାର ପକ୍ଷରୁ ଗୁରୁବାର ଦିନ ୧୮ ଜଣ ଅବସରପ୍ରାପ୍ତ ପୋଲିସ କର୍ମୀମାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଅବସର ନେଇଥିବା କର୍ମଚାରୀମାନେ ହେଲେ ଭୁବନେଶ୍ୱରର ୟୁପିଡି ପୋଲିସ ଇନ୍ସପେକ୍ଟର - ମାଧବାନନ୍ଦ ବସ୍ତିଆ , ଏସ୍.ଆଇ - ଶୁଭ
gjhuy


ଭୁବନେଶ୍ୱର, ୩୦ ଏପ୍ରିଲ (ହି.ସ.)- କମିଶନରେଟ୍ ପୋଲିସ୍ ପରିବାର ପକ୍ଷରୁ ଗୁରୁବାର ଦିନ ୧୮ ଜଣ ଅବସରପ୍ରାପ୍ତ ପୋଲିସ କର୍ମୀମାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି ।

ଅବସର ନେଇଥିବା କର୍ମଚାରୀମାନେ ହେଲେ ଭୁବନେଶ୍ୱରର ୟୁପିଡି ପୋଲିସ ଇନ୍ସପେକ୍ଟର - ମାଧବାନନ୍ଦ ବସ୍ତିଆ , ଏସ୍.ଆଇ - ଶୁଭ୍ରାଂଶୁ ଶେଖର ସାମନ୍ତରାୟ , ଏସ୍.ଆଇ - ଅଭିମନ୍ୟୁ ଚୌଧୁରୀ , ଏମ.ଟି.ଏସ୍.ଆଇ. - ପ୍ରଦୀପ କୁମାର ମହାନ୍ତି , ଏ.ଏସ୍.ଆଇ. - ବୀରକିଶୋର ସାହୁ, ଏ.ଏସ୍.ଆଇ. - ବିଜୟ କୁମାର ଦାସ, କନେଷ୍ଟବଳ - ଶତ୍ରୁଘ୍ନ ସିଂହ। ସେହିପରି କଟକ ୟୁପିଡି ପୋଲିସ ଇନ୍ସପେକ୍ଟର - ରଘୁନାଥ ସ୍ୱାଇଁ , ଏ.ଏସ୍.ଆଇ. - ପ୍ରଦୀପ କୁମାର ବେହେରା, ହାବିଲଦାର - ସୁଦର୍ଶନ ତରାଇ, କନେଷ୍ଟବଳ - ଗୋଲେଖ ଚନ୍ଦ୍ର ସ୍ୱାଇଁ, କନେଷ୍ଟବଳ - ବିଜୟ କୁମାର ନାୟକ, ସିପାହୀ- ବିଚିତ୍ରାନନ୍ଦ ରାଉତରାୟ, ସିପାହୀ- ରାମଦାସ ମୁର୍ମୁ , ସିପାହୀ- ବାବୁଲି କୁମାର ନାୟକ, ସିପାହୀ- ଜଳଧର ଜେନା, ସିପାହୀ- ପଥେଶ୍ୱର ଅମନ୍ତା ଏବଂ ସିନିଅର କ୍ଲର୍କ - ଶ୍ରୀମତୀ ରଞ୍ଜିତା ପଣ୍ଡା।

ଏହି ଅବସରରେ ଅବସରପ୍ରାପ୍ତ କର୍ମଚାରୀଙ୍କର ଅବସର ଜୀବନ ନିରୋଗ, ସ୍ୱାସ୍ଥ୍ୟମୟ ଏବଂ ଶାନ୍ତିପୂର୍ଣ୍ଣ ହେଉ। ଜୀବନର ଏହି ଦ୍ୱିତୀୟ ପାଳି ସେମାନଙ୍କ ପାଇଁ ଢେର ସାରା ଖୁସି ଓ ସମୃଦ୍ଧି ନେଇ ଆସୁ ବୋଲି କାମନା କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande