
ବଲାଙ୍ଗିର, 01 ମେ (ହି.ସ.)ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଜାମଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁଙ୍କ ସଭାପତିତ୍ୱରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ ହୋଇଥିଲା । ୧୯୯୦ ମସିହାରୁ ଚାକିରି କରି ଆସୁଥିବା ବିଦ୍ୟାଳୟର ସେବକ (ପିଅନ) ରାଜ କିଶୋର ପଧାନଙ୍କୁ ନିମନ୍ତ୍ରିତ ଅତିଥି ଓ ସହକର୍ମୀଙ୍କ ଉପସ୍ଥିତିରେ ମାନପତ୍ର ଓ ଉପଢୈାକନ ସହ ବିଦାୟକାଳୀନ ସମ୍ବର୍ଦ୍ଧର୍ନା ଦିଆଯାଇଥିଲା । ମୁଖ୍ୟବକ୍ତା ତଥା ବିଦ୍ୟାଳୟର ପୁରାତ ସଂସ୍କୃତ ଶିକ୍ଷକ ରାଜ କିଶୋର ପଣ୍ଡା ଶ୍ରୀ ପଧାନଙ୍କର ଦିର୍ଘ ୩୭ ବର୍ଷ ଧରି ଚାକିରି ଜୀବନର ଅଭିଜ୍ଞତା ଓ କର୍ତ୍ତବ୍ୟନିଷ୍ଠ ଉପରେ ଆଲୋକପାତ କରିଥିବା ବେଳେ ନିମନ୍ତ୍ରିତ ଅତିଥି ତଥା ପୁରାତନ ଶିକ୍ଷକ ଅଶୋକ କୁମାର ପଣ୍ଡା, ପ୍ରଭାତ ସାହୁ, ଦିବ୍ୟ କିଶୋର ପଧାନ, ବିଶେଶ୍ୱର ଝାଙ୍କର, ବୃଷଭ ନାଗ ପ୍ରମୁଖ ନିଜ ନିଜ ଅନୁଭୁତି ର ସ୍ମୃତିଚାରଣ କରିଥିଲେ । ବରିଷ୍ଠ ଶିକ୍ଷୟିତ୍ରୀ ନମିତା ପାଣିଗ୍ରାହୀ ଉପଢୈାକନ ଦେବାରେ ସହଯୋଗ କରିଥିବା ବେଳେ ରଞ୍ଜିତା ରଣା ମାନପତ୍ର ପଠନ କରିଥିଲେ । ସଭାକୁ ଅଜିତ କୁମାର ରାଉତ ସଂଯୋଜନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଧୀରେନ୍ଦ୍ର ସୁନା । ଏହି ସଭାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷିକା ଓ ଶିକ୍ଷା କର୍ମଚାରୀ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ