

କନ୍ଧମାଳ, ୦୧ ମେ (ହି.ସ.) ଫୁଲବାଣୀ ଗାନ୍ଧୀ ସ୍ମୃତି ଭବନ, ଫୁଲବାଣୀ ପରିସରରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ, କନ୍ଧମାଳ ଓ ଜିଲ୍ଲା ପ୍ରଶାସନଙ୍କ ମିଳିତ ଆନୁକୂଳ୍ୟରେ “ମଇ ଦିବସ / ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬” ମହା ଆଡମ୍ବର ସହିତ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଜିଲ୍ଲାସ୍ତରୀୟ ସମାରୋହରେ ଶ୍ରୀଯୁକ୍ତ ଉମା ଚରଣ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିର୍ମାଣ ଶ୍ରମିକମାନଙ୍କୁ ବିଭିନ୍ନ ସହାୟତା ରାଶି ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ଶ୍ରୀ ଭକ୍ତବନ୍ଧୁ ଜନାର୍ଦନ ଦଳେଇ (ଓ.ପ୍ର.ସେ), ଅତିରିକ୍ତ ଜିଲ୍ଲାପାଳ, କନ୍ଧମାଳ ଏବଂ ଶ୍ରୀ ଶମ୍ଭୁନାଥ ନନ୍ଦୀ (ଓ.ପ୍ର.ସେ), ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା-କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, କନ୍ଧମାଳ ଶ୍ରୀ ବିଭୁତି ଭୂଷଣ ମହାପାତ୍ର, ଅତିରିକ୍ତ ପୋଲିସ ଅଧିକ୍ଷକ, କନ୍ଧମାଳ ପ୍ରମୁଖ ଯୋଗଦାନ କରିଥିଲେ। ଏଥିସହିତ କନ୍ଧମାଳ ଜିଲ୍ଲାର ବିଭିନ୍ନ ଟ୍ରେଡ଼ ୟୁନିଅନର କର୍ମକର୍ତ୍ତା, ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ତଥା ୪୫୦ରୁ ଅଧିକ ଶ୍ରମିକ ଉପସ୍ଥିତ ଥିଲେ। ଶ୍ରମ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ। ଏହି ଆନ୍ତର୍ଜାତିକ ଶ୍ରମିକ ଦିବସ ସମାରୋହରେ ମୋଟ ୫୯୧ ଜଣ ନିର୍ମାଣ ଶ୍ରମିକଙ୍କୁ ମୋଟ ୪,୮୦,୧୨,୮୦୦.୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି। ସେଥିମଧ୍ୟରୁ- ୧୧୧ ଜଣ ହିତାଧିକାରୀଙ୍କୁ ଶିକ୍ଷା ସହାୟତା ବାବଦରେ ୮,୨୭,୮୦୦.୦୦ ଟଙ୍କା, ୨୦୭ ଜଣ ହିତାଧିକାରୀଙ୍କୁ ବିବାହ ସହାୟତା ବାବଦରେ ୧,୦୨,୨୫,୦୦୦.୦୦ ଟଙ୍କା, ୨୭ ଜଣ ହିତାଧିକାରୀଙ୍କୁ ପ୍ରସୂତିକାଳୀନ ସହାୟତା ବାବଦରେ ୨,୭୦,୦୦୦.୦୦ ଟଙ୍କା, ୧୨୮ ଜଣ ନିର୍ମାଣ ଶ୍ରମିକ କାର୍ଡଧାରୀଙ୍କ ପରିବାରବର୍ଗଙ୍କୁ ମୃତ୍ୟୁକାଳୀନ ସହାୟତା ବାବଦରେ ୩,୬୧,୦୦,୦୦୦.୦୦ ଟଙ୍କା, ୧୧୮ ଜଣ ପରିବାରବର୍ଗଙ୍କୁ ଅନ୍ତେଷ୍ଟିକ୍ରିୟା ସହାୟତା ବାବଦରେ ୫,୯୦,୦୦୦.୦୦ ଟଙ୍କା ପ୍ରଦାନ କରାଯାଇଛି। ଏହା ସହିତ ୫ ଜଣ ଅଣସଂଗଠିତ ଶ୍ରମିକ କାର୍ଡଧାରୀଙ୍କ ପରିବାରବର୍ଗଙ୍କୁ ମୃତ୍ୟୁକାଳୀନ ସହାୟତା ବାବଦରେ ୮,୦୦,୦୦୦.୦୦ ଟଙ୍କା ପ୍ରଦାନ କରାଯାଇଛି। ଏହା ସହିତ ୧୦୦ ଜଣ ନିର୍ମାଣ ଶ୍ରମିକଙ୍କୁ ନୂତନ କାର୍ଡ ପ୍ରଦାନ କରାଯାଇଥିବା ବେଳେ ୩୦ ଜଣ ଅଣସଂଗଠିତ ଶ୍ରମିକଙ୍କୁ ମଧ୍ୟ ନୂତନ କାର୍ଡ ପ୍ରଦାନ କରାଯାଇଛି। ଜିଲ୍ଲା ଶ୍ରମ ଅଧିକାରୀ, କଲ୍ୟାଣ (ଭାରପ୍ରାପ୍ତ) ଶ୍ରୀ ବିଶ୍ୱ ରଞ୍ଜନ କହ୍ନରଙ୍କ ନିର୍ଦ୍ଦେଶକ୍ରମେ ସହକାରୀ ଶ୍ରମ ଅଧିକାରୀ ଶ୍ରୀମତୀ ସ୍ପିନିତା କୁମାରୀ ଦେବୀ ସମସ୍ତ କାର୍ଯ୍ୟ ସୁଚାରୁରୂପେ ସମ୍ପାଦନ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ