ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ରେକର୍ଡ଼ ହୋଇଥିବା ବର୍ଷା : କେନ୍ଦୁଝର ଜିଲ୍ଲାର ବାଂଶପାଳରେ ସର୍ବାଧିକ ୯୧.୨ ମି.ମି. ବର୍ଷା ରେକର୍ଡ଼଼
ଭୁବନେଶ୍ୱର, ୧ ମଇ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । କେନ୍ଦୁଝର ଜିଲ୍ଲାର ବାଂଶପାଳରେ ସର୍ବାଧିକ ୯୧.୨ ମି.ମି. ବର୍ଷା ରେକର୍ଡ଼଼ର୍ ହୋଇଛି । ସେହିପରି ମୟୂରଭଞ୍ଜ ଜିଲ୍ଲାର ବେତନଟିରେ ୭୫.୦ ମି.ମି., ବାଲେଶ୍ୱର ଜିଲ୍ଲାର ରେମୁଣାରେ
ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ରେକର୍ଡ଼ ହୋଇଥିବା ବର୍ଷା : କେନ୍ଦୁଝର ଜିଲ୍ଲାର ବାଂଶପାଳରେ ସର୍ବାଧିକ ୯୧.୨ ମି.ମି. ବର୍ଷା  ରେକର୍ଡ଼଼


ଭୁବନେଶ୍ୱର, ୧ ମଇ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । କେନ୍ଦୁଝର ଜିଲ୍ଲାର ବାଂଶପାଳରେ ସର୍ବାଧିକ ୯୧.୨ ମି.ମି. ବର୍ଷା ରେକର୍ଡ଼଼ର୍ ହୋଇଛି ।

ସେହିପରି ମୟୂରଭଞ୍ଜ ଜିଲ୍ଲାର ବେତନଟିରେ ୭୫.୦ ମି.ମି., ବାଲେଶ୍ୱର ଜିଲ୍ଲାର ରେମୁଣାରେ ୭୨.୦ ମି.ମି., ପୁରୀ ଜିଲ୍ଲାର ପୁରୀରେ ୬୮.୮ ମି.ମି., ଗଞ୍ଜାମ ଜିଲ୍ଲାର ଛତ୍ରପୁରରେ ୬୪.୦ ମି.ମି., କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିରେ ୬୩.୦ ମି.ମି., ଗଞ୍ଜାମ ଜିଲ୍ଲାର ଗଞ୍ଜାମରେ ୬୦.୨ ମି.ମି., ଜଗନ୍ନାଥ ପ୍ରସାଦରେ ୫୬.୮ ମି.ମି., ରାୟଗଡ଼ା ଜିଲ୍ଲାର ଆର.ଗୁଡାରେ ୫୬.୮ ମି.ମି., କଟକ ଜିଲ୍ଲାର ନରସିଂହପୁରରେ ୫୬.୦ ମି.ମି., ବଲାଙ୍ଗିର ଜିଲ୍ଲାର ଦେଓଗାଁରେ ୫୬.୦ ମି.ମି., ଗଞ୍ଜାମ ଜିଲ୍ଲାର ଆସ୍କାରେ ୫୫.୪ ମି.ମି. ଏବଂ କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁରରେ ୫୪.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶୁକ୍ରବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande