ସମ୍ବଲପୁର ମହାନଗର ନିଗମର ଦୁଇଟି ସଫେଇ ଗାଡ଼ି ନିୟୋଜିତ, ୫ ଟି ଓ୍ବାର୍ଡରେ ନୂତନ ସଂସ୍ଥା ନିୟୋଜିତ

ସମ୍ବଲପୁର , ୦୧, ମେ (ହି.ସ.) ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଅଳିଆ ଆବର୍ଜନା ସଫେଇ ନେଇ ପ୍ରଶ୍ନବାଚୀ ଉଠୁଥିବା ବେଳେ ଆଜି ନୂତନ ଭାବେ ଦୁଇଟି ସଫେଇ ଗାଡିକୁ ଆନୁଷ୍ଠାନିକ ଭାବେ ନିୟୋଜିତ କରାଯାଇଛି । ଏଥିସହିତ ୬ ନମ୍ବର ଜୋନ୍ ଅନ୍ତର୍ଗତ ୧୩, ୧୪, ୧୫, ୧୮ ଓ ୩୪ ନମ୍ବର ଓ୍ବାର୍ଡ ପାଇଁ ଏକ ନୂତନ ସଂସ୍ଥାକୁ ସଫେଇ ଦାୟିତ୍ବ ଦିଆଯାଇଛି । ସମ୍ବଲପୁର ମହାନଗର ନିଗମରେ ଦୀର୍ଘ ଦିନ ଧରି ନିର୍ବାଚନ ହେଉନଥିବା ଯୋଗୁଁ ବିଭିନ୍ନ ସାହି, ବସ୍ତି ଓ ପଡ଼ା ଅଞ୍ଚଳରେ କୁଢ଼ କୁଢ଼ ଅଳିଆ ଆବର୍ଜନା ଜମା ସହ ନଳା ନର୍ଦ୍ଧମାର ସଠିକ୍ ସଫେଇ ହେଉନଥିବା ନେଇ ଅଭିଯୋଗ ହେଉଛି । ନଗରପାଳ ଓ କର୍ପୋରେଟରଙ୍କ ଅନୁପସ୍ଥିତିରେ ସବୁ ଠିକ୍ ଅଛିର ମୋହରେ ଯଦିଓ ପ୍ରଶାସନ କଳ ଠିକା ସଂସ୍ଥା ଦ୍ବାରା ସଫେଇ କାର୍ଯ୍ୟ କରି ଆସୁଛି ମାତ୍ର ତାହା ସମୁଦ୍ରକୁ ଶଙ୍ଖେ ସଦୃଶ୍ୟ । ଆଜିର ନିୟୋଜିତ ଏହି ସଂସ୍ଥା ଦାୟିତ୍ୱରେ ଥିବା ଓ୍ବାର୍ଡ ଗୁଡିକର ଉଜୁଡା ପରିମଳ ବ୍ୟବସ୍ଥାକୁ କିପରି ସୁଧାରୁଛି ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ । ସହରର ପରିମଳ ବ୍ୟବସ୍ଥାକୁ ବିକଳାଙ୍ଗ କରିବା ଦିଗରେ ଖଣ୍ଡିଆ ଖାବରା ରାସ୍ତା, ରାସ୍ତା ଉପରେ ବିଭିନ୍ନ ବ୍ୟବସାୟିକ ପସରାରୁ ପଡୁଥିବା କୁଢକୁଢ ଅଳିଆ ସହ ସମସ୍ତ ବସ୍ତି ଓ ଉଠା ଦୋକାନୀଙ୍କ ଭୁମିକା ସର୍ବଦା ଅକ୍ଷମଣୀୟ ହୋଇରହିଛି । ସମସ୍ତ ଓ୍ବାର୍ଡ ଗୁଡିକରେ ଜଣେ ଜଣେ କର୍ପୋରେଟର ଥିଲେ ପ୍ରତ୍ୟେକ ଓ୍ବାର୍ଡ ଗୁଡିକରେ ଏତେ ମାତ୍ରାରେ ସମସ୍ଯା ଦେଖା ଯାଆନ୍ତା ନାହିଁ । ମାତ୍ର ସମ୍ବଲପୁର ମହାନଗର ନିଗମ ନିର୍ବାଚନର ଆଶା ବୈତରଣୀରେ ଥିବାରୁ ପ୍ରଶାସନର ଯେନତେନ ସାମର୍ଥ୍ୟରୁ ଦୁଃଖଭରା ପରିମଳ ବ୍ୟବସ୍ଥା ମୁହଁରୁ ସୁଖିଲା ହସ ସଦୃଶ୍ୟ ପରିବେଶ ଜାରି ରହିଛି ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande