ବିଶ୍ୱ ଶ୍ରମିକ ଦିବସ ଅବସରରେ ପାୱାର ଏମ୍ପ୍ଲୋଇଜ ୟୁନିଅନ କେନ୍ଦୁଝର ଶାଖାର ବିଶାଳ ସମାବେଶ
କେନ୍ଦୁଝର, ୧ ମଇ (ହି.ସ.)- କେନ୍ଦୁଝର ଜିଲ୍ଲା ଟିପିଏନ୍ଓଡିଏଲ୍ ପ୍ରାଙ୍ଗଣରେ ଥିବା ନେସ୍କୋ ପାୱାର ଏମ୍ପ୍ଲୋଇଜ ୟୁନିଅନ କେନ୍ଦୁଝର ତରଫରୁ ବିଶ୍ୱ ଶ୍ରମିକ ଦିବସ ଅବସରରେ ପାୱାର ହାଉସ ପ୍ରାଙ୍ଗଣରେ ସଂଗଠନର ସହ ସାଧାରଣ ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ଚୌଧୁରୀ ପତାକା ଉତ୍ତୋଳନ କରିଥିଲେ l ପରେ ଏକ ସା
Tpnodl sramika


କେନ୍ଦୁଝର, ୧ ମଇ (ହି.ସ.)-

କେନ୍ଦୁଝର ଜିଲ୍ଲା ଟିପିଏନ୍ଓଡିଏଲ୍ ପ୍ରାଙ୍ଗଣରେ ଥିବା ନେସ୍କୋ ପାୱାର ଏମ୍ପ୍ଲୋଇଜ ୟୁନିଅନ କେନ୍ଦୁଝର ତରଫରୁ ବିଶ୍ୱ ଶ୍ରମିକ ଦିବସ ଅବସରରେ ପାୱାର ହାଉସ ପ୍ରାଙ୍ଗଣରେ ସଂଗଠନର ସହ ସାଧାରଣ ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ଚୌଧୁରୀ ପତାକା ଉତ୍ତୋଳନ କରିଥିଲେ l ପରେ ଏକ ସାଧାରଣ ସଭାର ଆୟୋଜନ ହେଇଥିଲା I ଉକ୍ତ ସଭାରେ ସଙ୍ଗଠନର ସହ ସାଧାରଣ ସମ୍ପାଦକ ପୂର୍ଣଚନ୍ଦ୍ର ଚୌଧୁରୀଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା I ଉକ୍ତ ସଭାରେ ମୁଖ୍ୟବକ୍ତା ଭାବେ ସଂଗଠନର ଯୁଗ୍ମ ସମ୍ପାଦକ ପଙ୍କଜ କୁମାର ଜେନା, ବକ୍ତା ଭାବେ ମଣ୍ଡଳ ସମ୍ପାଦକ ମଳୟ କୁମାର ସା, ଡିଭିଜନ ସମ୍ପାଦକ ତ୍ରିଲୋଚନ ମହାରଣା ଏବଂ କ୍ୟାସିୟର ସଞ୍ଜିବ କୁମାର ଗିରି ତାଙ୍କ ଅଭିଭାଷଣ ମାଧ୍ୟମରେ ଶ୍ରମିକ ଦିବସ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ I ଉକ୍ତ ସଭାରେ ଶ୍ରମିକ ମାନଙ୍କର ବିଭିନ୍ନ ସମସ୍ୟା ଏବଂ ଶ୍ରମିକ ମାନଙ୍କର କେମିତି ୮ ଘଣ୍ଟା କାର୍ଯ୍ୟ ସୀମା ନିର୍ଧାରଣ କରାଯିବ, ଟାଟା ପାୱାର ଶ୍ରମିକ ଛଟେଇ ମାରଣ ନୀତିକୁ ତୀବ୍ର ନିନ୍ଦା କରାଯାଇଥିଲା ଏବଂ ଆଗାମୀ ଦିନରେ ଏହି ଛଟେଇ ପ୍ରତିବାଦରେ ସଂଘ ଆନ୍ଦୋଳନକୁ ଓହ୍ଲେଇବାକୁ ଚେତାବନୀ ଦିଆଯାଇଛି l ବିଶ୍ୱ ଶ୍ରମିକ ଦିବସର ମୂଲ୍ୟବୋଧ ବିଷୟରେ ଆଲୋଚନା କରିବା ସହିତ ଶ୍ରମିକ ମାନଙ୍କର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ I

ଉକ୍ତ ସଭାରେ ଜୟନ୍ତ କୁମାର ମହାନ୍ତ, ମହେଶ୍ୱର ଗାନ୍ଧୀ, ସୁବାଷ ଜେନା, ରଞ୍ଜନ ମହାନ୍ତ, ରଶ୍ମି ରଞ୍ଜନ ମିଶ୍ର, କୃଷ୍ଣ୍ଣ ଚନ୍ଦ୍ର ନନ୍ଦ, ନଦିଆ ବେହେରା, ଲିଙ୍ଗରାଜ ମହାନ୍ତ, ସୁଶାନ୍ତ ପ୍ରାମାଣିକ, ଜିତେନ୍ଦ୍ର ସେଠୀ, ରାମ ଚନ୍ଦ୍ର ଦାସ, ଦୁର୍ଗାଶଙ୍କର ପୋଇ, ନିର୍ମଳ ସ୍ୱାଇଁ, ବିଜୟ ମହାନ୍ତ, ଲଲାଟେନ୍ଦୁ ବଳିୟାରସିଂ, ମନୋଜ ମହାପାତ୍ର, ପ୍ରଶାନ୍ତ ସାହୁ, କିଶୋର ମହାନ୍ତ, ପ୍ରଦୀପ ଜେନା, ରମାକାନ୍ତ ନାୟକ, ଦୁର୍ଯ୍ୟଧନ ବେହେରା, ରଜତ ନାୟକ, ତତ ସହିତ ଶତାଧିକ କର୍ମଚାରୀ ଉପସ୍ଥିତ ରହି ତାଙ୍କର ବହୁମୂଲ୍ୟ ସମୟ ଦେଇ ଶ୍ରମିକ ଦିବସରେ ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ I

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande