
ଭୁବନେଶ୍ୱର, 01 ମେ (ହି.ସ.)- ଓଡ଼ିଶାରେ
ପହଂଚିଲେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ । ଭୁବନେଶ୍ୱର ବିମାନବନ୍ଦର ଠାରେ
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନଙ୍କୁ
ସ୍ଵାଗତ କରିଛନ୍ତି ।
ଗସ୍ତ ସମୟରେ ସେ
ରାୟଗଡ଼ାରେ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବେ।
ସେଠାରେ ସେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା- ଚତୁର୍ଥ ପର୍ଯ୍ୟାୟର ଶୁଭାରମ୍ଭ କରିବେ ଯାହା
ରାଜ୍ୟକୁ ଏକ ପ୍ରମୁଖ ବିକାଶମୂଳକ ପ୍ରୋତ୍ସାହନ ପ୍ରଦାନ କରିବ। ଏହି ପଦକ୍ଷେପ ଅଧୀନରେ, ୧,୬୯୮.୦୪ କୋଟି ଟଙ୍କା ବ୍ୟୟରେ ମୋଟ ୧,୭୦୧.୮୪ କିଲୋମିଟର ଲମ୍ବ ବିଶିଷ୍ଟ ୮୨୭ଟି ସଡ଼କ ପ୍ରକଳ୍ପକୁ ହାତକୁ
ନିଆଯିବ । ଏହାଦ୍ୱାରା ୮୯୮ଟି ବସତିକୁ ପ୍ରଥମ ଥର ପାଇଁ ସବୁଦିନିଆ ସଡ଼କ ସଂଯୋଗ ସମ୍ଭବ ହେବ ।
ଏହା ବିଦ୍ୟାଳୟ, ଡାକ୍ତରଖାନା, ବଜାର ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବାଗୁଡ଼ିକର ସୁଦୃଢ଼ୀକରଣ କରିବା
ସହିତ ସାମାଜିକ-ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରିବ । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହିବେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା