ପବିତ୍ର ବୁଦ୍ଧ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 01 ମେ (ହି.ସ.)- ପବିତ୍ର ବୁଦ୍ଧ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ସେ ଭଗବାନ ବୁଦ୍ଧଙ୍କ ମହାନ ଆଦର୍ଶରେ ଅନୁପ୍ରାଣିତ ହୋଇ ଆମ ଜୀବନରେ କରୁଣା, ମୈତ୍ରୀ ଓ ମାନବିକତାକୁ ଶ୍ରେଷ୍ଠ ସ୍ଥାନ ଦେବା ଏବଂ ଏକ ସମୃଦ୍ଧ ଓ
ପବିତ୍ର ବୁଦ୍ଧ     ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 01 ମେ (ହି.ସ.)- ପବିତ୍ର

ବୁଦ୍ଧ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ

ସେ ଭଗବାନ ବୁଦ୍ଧଙ୍କ ମହାନ ଆଦର୍ଶରେ ଅନୁପ୍ରାଣିତ ହୋଇ ଆମ ଜୀବନରେ କରୁଣା, ମୈତ୍ରୀ ଓ ମାନବିକତାକୁ ଶ୍ରେଷ୍ଠ ସ୍ଥାନ ଦେବା ଏବଂ ଏକ ସମୃଦ୍ଧ ଓ

ପ୍ରଗତିଶୀଳ ଓଡ଼ିଶା ଗଠନ ପାଇଁ ସଂକଳ୍ପବଦ୍ଧ ହେବାକୁ ଆହ୍ୱାନ କରିଛନ୍ତି ।

ଏନେଇ ସୋସିଆଲ ମିଡିଆ

ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପବିତ୍ର ବୁଦ୍ଧ ପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ

ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ବିଶ୍ୱବନ୍ଦିତ ଭଗବାନ ବୁଦ୍ଧଙ୍କ ଦର୍ଶନରେ ଓଡ଼ିଶାର ମାଟି ଓ

ସଂସ୍କୃତି ସଦା ଦୀପ୍ତିମାନ। ଆମ ରାଜ୍ୟର ରତ୍ନଗିରି, ଲଳିତଗିରି, ଉଦୟଗିରି ଓ ପୁଷ୍ପଗିରି ଭଳି ପ୍ରାଚୀନ ବୌଦ୍ଧ ବିହାରଗୁଡ଼ିକ ବିଶ୍ୱ

ଶାନ୍ତି ଏବଂ ଜ୍ଞାନର କେନ୍ଦ୍ର ଭାବେ ଓଡ଼ିଶାର ଗୌରବମୟ ଇତିହାସକୁ ପ୍ରତିପାଦିତ କରେ। ଭଗବାନ

ବୁଦ୍ଧଙ୍କ ମହାନ ଆଦର୍ଶରେ ଅନୁପ୍ରାଣିତ ହୋଇ ଆସନ୍ତୁ ଆମ ଜୀବନରେ କରୁଣା, ମୈତ୍ରୀ ଓ ମାନବିକତାକୁ ଶ୍ରେଷ୍ଠ ସ୍ଥାନ ଦେବା ଏବଂ ଏକ ସମୃଦ୍ଧ ଓ

ପ୍ରଗତିଶୀଳ ଓଡ଼ିଶା ଗଠନ ପାଇଁ ସଂକଳ୍ପବଦ୍ଧ ହେବା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande