କେନ୍ଦୁଝରର ବରିଷ୍ଠ ସାମ୍ବାଦିକ କ୍ଷେତ୍ରବାସୀ ମହାକୁଡ଼ଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
ଭୁବନେଶ୍ୱର, 01 ମେ (ହି.ସ.)- କେନ୍ଦୁଝରର ବରିଷ୍ଠ ସାମ୍ବାଦିକ କ୍ଷେତ୍ରବାସୀ ମହାକୁଡ଼ଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କେନ୍ଦୁଝରର ବରିଷ୍ଠ ସାମ୍ବାଦିକ କ୍ଷେତ୍ରବାସୀ ମହାକୁଡ଼ଙ୍କ ଦେହ
କେନ୍ଦୁଝରର ବରିଷ୍ଠ     ସାମ୍ବାଦିକ କ୍ଷେତ୍ରବାସୀ ମହାକୁଡ଼ଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ


ଭୁବନେଶ୍ୱର, 01 ମେ (ହି.ସ.)- କେନ୍ଦୁଝରର

ବରିଷ୍ଠ ସାମ୍ବାଦିକ କ୍ଷେତ୍ରବାସୀ ମହାକୁଡ଼ଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କେନ୍ଦୁଝରର ବରିଷ୍ଠ ସାମ୍ବାଦିକ

କ୍ଷେତ୍ରବାସୀ ମହାକୁଡ଼ଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ।

ମୁଖ୍ୟମନ୍ତ୍ରୀ କହିଛନ୍ତି

ଯେ ଜଣେ ନିଷ୍ଠାବାନ,ସ୍ନେହଶୀଳ ଓ ପିତୃତୁଲ୍ୟ ବ୍ୟକ୍ତିତ୍ୱ ଭାବେ ସେ ସଦା ସ୍ମରଣୀୟ ରହିବେ। ତାଙ୍କର ବିୟୋଗ

ଓଡ଼ିଶାର ସାମ୍ବାଦିକତା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର

ଗଭୀର ସମବେଦନା ଜଣାଇବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଦିବଙ୍ଗତ ଆତ୍ମାଙ୍କ ସଦ୍ଗତି

କାମନା କରୁଛି। ଓଁ ଶାନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande