
ଭୁବନେଶ୍ୱର, 01 ମେ (ହି.ସ.)- ଅନ୍ତର୍ଜାତୀୟ
ଶ୍ରମିକ ଦିବସର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ
ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ଆନ୍ତର୍ଜାତୀୟ ଶ୍ରମିକ ଦିବସରେ ମୁଁ ଓଡିଶାର
ପ୍ରଗତିର ମୂଳ ଭିତ୍ତି ଥିବା ସମସ୍ତ ପରିଶ୍ରମୀ ଶ୍ରମିକ ଓ କାର୍ମିକମାନଙ୍କୁ ହୃଦୟରୁ ଶୁଭେଚ୍ଛା
ଜଣାଉଛି। ସେମାନଙ୍କର ସମର୍ପଣ, ଧୈର୍ଯ୍ୟ ଏବଂ ନିଷ୍ଠା ଆମ ରାଜ୍ୟକୁ ଆହୁରି ସଶକ୍ତ ଏବଂ ସମୃଦ୍ଧ କରୁଛି।
ଆମ ସରକାର ସେମାନଙ୍କର
ଅଧିକାର ସୁରକ୍ଷା, କଳ୍ୟାଣ
ବୃଦ୍ଧି ଏବଂ ଗରିମାପୂର୍ଣ୍ଣ ଜୀବିକା ପାଇଁ ଅଧିକ ସୁଯୋଗ ସୃଷ୍ଟିରେ ଦୃଢ଼ ପ୍ରତିବଦ୍ଧ। ଆସନ୍ତୁ, ଆମେ ସମସ୍ତେ ମିଶି ପ୍ରତ୍ୟେକ ଶ୍ରମିକଙ୍କୁ ସଶକ୍ତ କରିବା ଏବଂ ଆହୁରି
ସମାବେଶୀ ଓ ସମୃଦ୍ଧ ଓଡିଶା ଗଢ଼ି ତୋଳିବା ପାଇଁ ଏକତ୍ର ହେବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି
।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା