
ଭୁବନେଶ୍ୱର , ୧ ମେ' (ହି.ସ) ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମ ବାର୍ଷିକୀ ଅବସରରେ
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା
ସୁମନ ଅର୍ପଣ କରିଛନ୍ତି। ଓଡ଼ିଶା ବିଧାନସଭା ପାର୍ଶ୍ୱରେ ଥିବା ପଣ୍ଡିତ ରଘୁନାଥ ମୁର୍ମୁଙ୍କ
ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହ
ରଘୁନାଥ ମୁର୍ମୁଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ
ଚରଣ ମାଝୀ କହିଛନ୍ତି ଯେ, ସାଂସ୍କୃତିକ ଅସ୍ମିତାର ରକ୍ଷା ଏବଂ ସାନ୍ତାଳୀ ଭାଷାକୁ ସ୍ୱତନ୍ତ୍ର
ପରିଚୟ ପ୍ରଦାନ କରିବା ଦିଗରେ ଗୁରୁ ଗୋମ୍କେ ପଣ୍ଡିତ ରଘୁନାଥ ମୁର୍ମୁଙ୍କର ଭୂମିକା
ମହତ୍ତ୍ୱପୂର୍ଣ୍ଣ। ସାନ୍ତାଳୀ ଭାଷାର ବର୍ଣ୍ଣମାଳା 'ଅଲଚିକି ପ୍ରସ୍ତୁତ କରି ସେ ଇତିହାସ ସୃଷ୍ଟି କରିଥିଲେ। ଗୁରୁ
ଗୋମ୍କେ ପଣ୍ଡିତ ରଘୁନାଥ ମୁର୍ମୁଙ୍କର ଏହି ଅମୂଲ୍ୟ ଅବଦାନ ପାଇଁ ଆଜି ଆମେ ଗର୍ବିତ। ପଣ୍ଡିତ
ରଘୁନାଥ ମୁର୍ମୁ ହେଉଛନ୍ତି ସାନ୍ତାଳୀ ସମାଜର କିମ୍ବଦନ୍ତୀ ପୁରୁଷ। ଆଜି ତାଙ୍କ ଜନ୍ମଜୟନ୍ତୀରେ
ମୁଁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଆମେ ସମସ୍ତେ ତାଙ୍କ ଆଦର୍ଶରେ ଅନୁପ୍ରାଣିତ
ହୋଇ ଏକ ସମୃଦ୍ଧ ସମାଜ ଗଠନ କରିବା ପାଇଁ ସଂକଳ୍ପବଦ୍ଧ ହେବା, ବୋଲି ମୁଖ୍ୟମନ୍ତ୍ରୀ ମତପ୍ରକାଶ କରିଛନ୍ତି।
ଆଜି ପଣ୍ଡିତ ରଘୁନାଥ
ମୁର୍ମୁଙ୍କ ଜନ୍ମଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବାଚସ୍ପତି ସୁରମା ପାଢ଼ୀ, ଉପ ବାଚସ୍ପତି ଶ୍ରୀ ଭବାନୀ ଶଙ୍କର ଭୋଇ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ ନିର୍ଦ୍ଦେଶକ ଶ୍ରୀମତୀ ଦେବଯାନୀ
ଭୂୟାଁ,
ବୁଦ୍ଧିଜୀବୀ, ସମାଜସେବୀ ପ୍ରମୁଖ ଉପସ୍ଥିତ ରହି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସ୍ମୃତିଚାରଣ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା