
ଭୁବନେଶ୍ୱର, 01 ମେ (ହି.ସ.)- ସନ୍ଥକବି ଭୀମ
ଭୋଇଙ୍କ ସ୍ମୃତିଚାରଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ
ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ମହିମା ଧର୍ମର ପ୍ରଚାରକ ତଥା ଓଡ଼ିଆ ସାହିତ୍ୟର
ଅନନ୍ୟ ପ୍ରତିଭା ସନ୍ଥକବି ଭୀମ ଭୋଇ ଥିଲେ ମାନବବାଦର ଜଣେ ମହାନ ପୁରୋଧା । ତାଙ୍କର ଅମର ବାଣୀ
ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ ଆଜି ବି ବିଶ୍ୱ ଦରବାରରେ
ସ୍ୱାର୍ଥହୀନ ସେବା ଓ ତ୍ୟାଗର ଶ୍ରେଷ୍ଠ ନିଦର୍ଶନ ହୋଇ ରହିଛି । ଏହି ମହାନ ସନ୍ଥଙ୍କ ଜୟନ୍ତୀ ଅବସରରେ ତାଙ୍କର ପବିତ୍ର
ସ୍ମୃତି ଚରଣରେ ମୋର ପ୍ରଣାମ ଜଣାଉଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା