
ଭୁବନେଶ୍ୱର, 01 ମେ (ହି.ସ.)- ପବିତ୍ର
ବୁଦ୍ଧ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ
ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସମସ୍ତ ଦେଶବାସୀଙ୍କୁ ବୁଦ୍ଧ
ପୂର୍ଣ୍ଣିମାର ହାର୍ଦ୍ଦିକ ଶୁଭେଚ୍ଛା।
ଏହି ପବିତ୍ର ଅବସର ଭଗବାନ
ବୁଦ୍ଧଙ୍କ ଜୀବନ ଏବଂ ସେ ଦେଇଥିବା ଶାନ୍ତି, କରୁଣା ଓ ଅହିଂସାର ବାର୍ତ୍ତାକୁ ସ୍ମରଣ କରିବାର ଅବସର। ତାଙ୍କର ଜୀବନ
ଆମକୁ ସତ୍ୟ ଏବଂ ସଦାଚାରର ପଥରେ ଚାଲିବା ପାଇଁ ପ୍ରେରଣା ଦେଇଥାଏ।
ଆସନ୍ତୁ, ଆମେ ସମସ୍ତେ ତାଙ୍କର ଉପଦେଶଗୁଡ଼ିକୁ ଆତ୍ମସାତ କରି ସମାଜରେ ଶାନ୍ତି, ସଦ୍ଭାବ ଏବଂ କରୁଣାର ମୂଲ୍ୟଗୁଡ଼ିକୁ ଆହୁରି ମଜବୁତ କରିବା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା