
ଭୁବନେଶ୍ୱର, 01 ମେ (ହି.ସ.) - ମହାରାଷ୍ଟ୍ର
ସ୍ଥାପନା ଦିବସରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ମହାରାଷ୍ଟ୍ର ଦିବସ
ଅବସରରେ ମହାରାଷ୍ଟ୍ରର ଲୋକମାନଙ୍କୁ ଅଭିନନ୍ଦନ।
ଏହି ଅବସରରେ ଆମେ ଏକ
ଏମିତି ରାଜ୍ୟର ଗଠନକୁ ସ୍ମରଣ କରୁଛୁ, ଯାହା ତାହାର ସମୃଦ୍ଧ ସଂସ୍କୃତି, ଦୃଢ଼ ମୂଲ୍ୟବୋଧ ଏବଂ ତାହାର ଲୋକମାନଙ୍କର ଆଗ୍ରହ ଦ୍ୱାରା ପ୍ରଗତିର
ଯାତ୍ରାକୁ ଗଢ଼ି ତୋଳିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା