ନୂଆ ରୂପରେ ମେଟ୍ରୋ ଆସିବ - ନଗର ଉନ୍ନୟନ ମନ୍ତ୍ରୀ
ଭୁବନେଶ୍ୱର, 01 ମେ (ହି.ସ.)- ନୂଆ ରୂପରେ ଆସିବ ମେଟ୍ରୋ । ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ପୁରୀ, ଭୁବନେଶ୍ୱର ଓ କଟକକୁ ନେଇ ମେଟ୍ରୋ ପରିକଳ୍ପନା କରିଛୁ । ଏଥିରେ ରାଜ୍ୟର ସବୁ ପ୍ରକାର ଇକୋନୋମିକ ଗ୍ରୋଥ
ନୂଆ ରୂପରେ ମେଟ୍ରୋ ଆସିବ -     ନଗର ଉନ୍ନୟନ ମନ୍ତ୍ରୀ


ଭୁବନେଶ୍ୱର, 01 ମେ (ହି.ସ.)- ନୂଆ ରୂପରେ

ଆସିବ ମେଟ୍ରୋ । ଏନେଇ ନଗର ଉନ୍ନୟନ ମନ୍ତ୍ରୀ

କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ପୁରୀ, ଭୁବନେଶ୍ୱର ଓ କଟକକୁ ନେଇ ମେଟ୍ରୋ ପରିକଳ୍ପନା କରିଛୁ । ଏଥିରେ

ରାଜ୍ୟର ସବୁ ପ୍ରକାର ଇକୋନୋମିକ ଗ୍ରୋଥ ହେବ । ଆମେ ମେଟ୍ରୋ ବିରୋଧରେ ନାହୁଁ, ମେଟ୍ରୋ କରିବାକୁ ସରକାର ଚାହୁଁଛନ୍ତି ।

ମନ୍ତ୍ରୀ କହିଛନ୍ତି ଯେ, ମେଟ୍ରୋକୁ

ଆମେ ବନ୍ଦ କରିନାହୁଁ, ସ୍ଥଗିତ ରଖିଛୁ ।ମେଟ୍ରୋ ପାଇଁ ଯାହା ପ୍ରକ୍ରିୟା ଦରକାର ଆମେ ଚାଲୁ ରଖିଛୁ । ବିକଳ୍ପ

ରାସ୍ତା ନ କରି ମେଟ୍ରୋ କଲେ, ଲୋକେ ହନ୍ତସନ୍ତ ହେବେ । ମେଟ୍ରୋ ପାଇଁ ବିକଳ୍ପ ରାସ୍ତା ଓ କେନ୍ଦ୍ରର ସହାୟତା ଆବଶ୍ୟକ

ବୋଲି ମନ୍ତ୍ରୀ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande