
ଭୁବନେଶ୍ୱର, 01 ମେ (ହି.ସ.)- ଅନ୍ତର୍ଜାତୀୟ
ଶ୍ରମିକ ଦିବସର ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏହି ଅବସରରେ ଶ୍ରମିକମାନେ
ହେଉଛନ୍ତି ଦେଶ ତଥା ରାଜ୍ୟ ବିକାଶର ବିନ୍ଧାଣି ବୋଲି ନବୀନ କହିଛନ୍ତି ।
ସୋସିଆଲ ମିଡିଆ ଏକ୍ସରେ
ନବୀନ କହିଛନ୍ତି ଯେ, ଶ୍ରମିକମାନେ ହେଉଛନ୍ତି ଦେଶ ତଥା ରାଜ୍ୟ ବିକାଶର ବିନ୍ଧାଣି। ପ୍ରତିଟି
ନିର୍ମାଣ ପଛରେ ଶ୍ରମିକମାନଙ୍କ ଥିବା ଅତୁଳନୀୟ ତ୍ୟାଗ ଓ ନିଷ୍ଠା ପ୍ରତି ମୋର ସମ୍ମାନ ଜଣାଉଛି।
ବିଜୁ ଜନତା ଦଳର ସରକାର ଶ୍ରମିକଙ୍କ ସର୍ବାଙ୍ଗୀନ ଉନ୍ନତି ତଥା କଲ୍ୟାଣରେ ନୂଆ ଇତିହାସ
ଲେଖିଥିଲା। ବିକାଶର ଧାରାରେ ଶ୍ରମିକମାନଙ୍କ ହିତ ସାଧନ ପ୍ରତି ଆମେ ସର୍ବଦା ପ୍ରତିବଦ୍ଧ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା