ବୌଦ୍ଧ ଜିଲ୍ଲାରେ ବିଭିନ୍ନ ଦାବିକୁ ନେଇ ସାମ୍ବାଦିକମାନଙ୍କ କଳାବ୍ୟାଜ ପରିଧାନ
Boudh, 01 ମେ (ହି.ସ.) ବୌଦ୍ଧ ଜିଲ୍ଲାରେ ବିଭିନ୍ନ ଦାବିକୁ ନେଇ ସାମ୍ବାଦିକମାନଙ୍କ କଳାବ୍ୟାଜ ପରିଧାନ ଆନ୍ଦୋଳନ ଆରମ୍ଭ ହୋଇଛି l ସାମ୍ବାଦିକମାନେ କଳାବ୍ୟାଜ ପରିଧାନ କରି ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ଆଜି ଯୋଗଦାନ କରିଛନ୍ତି l ବାରମ୍ବାର ଦାବି ପରେ ମଧ୍ୟ ସାମ୍ବାଦିକମାନଙ୍କ ସମସ୍ୟା ସମାଧାନ ହୋଇ
ବୌଦ୍ଧ ଜିଲ୍ଲାରେ ବିଭିନ୍ନ ଦାବିକୁ ନେଇ ସାମ୍ବାଦିକମାନଙ୍କ କଳାବ୍ୟାଜ ପରିଧାନ


Boudh, 01 ମେ (ହି.ସ.) ବୌଦ୍ଧ ଜିଲ୍ଲାରେ ବିଭିନ୍ନ ଦାବିକୁ ନେଇ ସାମ୍ବାଦିକମାନଙ୍କ କଳାବ୍ୟାଜ ପରିଧାନ ଆନ୍ଦୋଳନ ଆରମ୍ଭ ହୋଇଛି l ସାମ୍ବାଦିକମାନେ କଳାବ୍ୟାଜ ପରିଧାନ କରି ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ଆଜି ଯୋଗଦାନ କରିଛନ୍ତି l ବାରମ୍ବାର ଦାବି ପରେ ମଧ୍ୟ ସାମ୍ବାଦିକମାନଙ୍କ ସମସ୍ୟା ସମାଧାନ ହୋଇପାରିନାହିଁ । ଭାରତର ଅନ୍ୟାନ୍ୟ ରାଜ୍ୟରେ ସାମ୍ବାଦିକମାନେ ବିଭିନ୍ନ ସୁବିଧା ପାଉଥିବା ବେଳେ ଓଡ଼ିଶାରେ ସେମାନେ ବଞ୍ଚିତ ହେଉଛନ୍ତି ବୋଲି ବୌଦ୍ଧ ଜିଲା ସାମ୍ବାଦିକ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି l ବୌଦ୍ଧ ଜିଲ୍ଲାରେ ସଭାପତି ଦେବାଶିଷ ପୁରୋହିତଙ୍କ ନେତୃତ୍ୱରେ ସାମ୍ବାଦିକମାନେ କଳାବ୍ୟାଜ ପରିଧାନ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି l ଅଧିସ୍ଵୀକୃତି କମିଟି ପୁନର୍ଗଠନ ସହିତ ପ୍ରଚଳିତ ଆଇନରେ ସଂଶୋଧନ ପୂର୍ବକ ଜିଲ୍ଲା ଓ ରାଜ୍ୟସ୍ତରରେ ଯୋଗ୍ୟ ସାମ୍ବାଦିକମାନଙ୍କୁ ବ୍ୟାପକ ଭାବେ ମାନ୍ୟତା ପ୍ରଦାନ କରାଯାଉ । କ୍ରମାଗତ ଭାବେ ସାମ୍ବାଦିକମାନଙ୍କ ଉପରେ ବୃଦ୍ଧି ପାଉଥିବା ଆକ୍ରମଣକୁ ଦୃଷ୍ଟିରେ ରଖୁ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରାଯାଉ । ୬୦ ବର୍ଷରୁ ଅଧିକ ବୟସ୍କ ସାମ୍ବାଦିକମାନଙ୍କ ପାଇଁ ମାସିକ ଅନ୍ୟୁନ ପନ୍ଦର ହଜାର ଟଙ୍କାର ପେନସନ ବ୍ୟବସ୍ଥା କରାଯାଉ । ଓଡ଼ିଶା ପ୍ରେସ୍ ଏକାଡ଼େମୀ ଗଠନ ପୂର୍ବକ ଭୁବନେଶ୍ଵରରେ ଭବନ ନିର୍ମାଣ କରି ବୃଭିଗତ କାର୍ଯ୍ୟରେ ରାଜଧାନୀ ଆସୁଥିବା ସାମ୍ବାଦିକଙ୍କ ପାଇଁ ସ୍ଵଳ୍ପ ମୂଲ୍ୟରେ ରହଣି ସୁବିଧା ଦିଆଯାଉ ।ଗୋପବନ୍ଧୁ ସ୍ଵାସ୍ଥ୍ୟବୀମା ଯୋଜନା ପରିଧୂରେ ଅବସରପ୍ରାପ୍ତ ସାମ୍ବାଦିକ, ହିତାଧିକାରୀଙ୍କ ମାତା-ପିତା ଏବଂ ୨୫ ବର୍ଷରୁ ଉର୍ଦ୍ଧ ସନ୍ତାନମାନଙ୍କୁ ସାମିଲ୍ କରାଯିବାକୁ ସାମ୍ବାଦିକମାନଙ୍କ ପକ୍ଷରୁ ଦାବି କରାଯାଇଛି । ସଂଘର ସଭାପତି ଦେବାଶିଷ ପୁରୋହିତଙ୍କ ନେତୃତ୍ୱରେ କୃଷ୍ଣ ଗୋପାଳ ମେହେର, ନିଶିଥ ପୃଷ୍ଟି, ରବି ପଟନାୟକ, ଶ୍ରୀକାନ୍ତ ସାହୁ , ରାଜେଶ ଜେନା ପ୍ରମୁଖ ସାମିଲ ହୋଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସମ୍ପତ


 rajesh pande