
ଗ୍ୱୌହାଟୀ, ୧୦ ମଇ (ହି.ସ.)। ଆସାମ ପ୍ରଦେଶ ଭାରତୀୟ ଜନତା ପାର୍ଟି (ଭାଜପା)
ମୁଖ୍ୟାଳୟ ଅଟଳ ବିହାରୀ ବାଜପେୟୀ ଭବନରେ ଆଜି ବିଜେପି ନେତୃତ୍ୱାଧୀନ ଏନଡିଏ ମେଂଟର ବୈଠକ
ଆୟୋଜିତ ହେବାକୁ ଯାଉଛି। ବୈଠକରେ ବିଧାୟକ ଦଳର ନେତାଙ୍କୁ ଚୟନ କରାଯିବ। ଏହା ପରେ ସରକାର ଗଠନ
ପାଇଁ ଦାବି ପ୍ରସ୍ତୁତ କରାଯିବ।
ବିଜେପିର ଜାତୀୟ
ପର୍ଯ୍ୟବେକ୍ଷକ ଭାବେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡାଏବଂ ଉପ ପର୍ଯ୍ୟବେକ୍ଷକ ଭାବେ ନାୟକ ସିଂ ସାଇନିଗ୍ୱୌହାଟୀରେ ପହଞ୍ଚି ସାରିଛନ୍ତି। ବାଜପେୟୀ ଭବନରେ ଭାଜପା ଓ ସହଯୋଗୀ
ଦଳମାନଙ୍କର ବିଧାୟକମାନେ ପ୍ରାୟ ପହଞ୍ଚି ସାରିଛନ୍ତି। ଉଲ୍ଲେଖନୀୟ ଯେ, ୨୦୨୬ ମସିହାର ବିଧାନସଭା ନିର୍ବାଚନରେ ଭାଜପା ୧୨୬ଟି ଆସନ ମଧ୍ୟରୁ
୮୨ଟି ଆସନରେ ବିଜୟୀ ହୋଇଛି। ସହଯୋଗୀ ଦଳ ଆସାମ ଗଣ ପରିଷଦ (ଅଗପ) ୧୦ଟି ଏବଂ ବୋଡୋଲ୍ୟାଣ୍ଡ
ପିପୁଲ୍ସ ଫ୍ରଣ୍ଟ (ବିପିଏଫ) ୧୦ଟି ଆସନ ଜିତିଥିବାରୁ ଏନଡିଏ ମୋଟ ୧୦୨ଟି ଆସନରେ ବିଜୟ ହାସଲ
କରିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା