ଆବୁଧାବି ଯାଉଥିବା ଇତିହାଦ ଏୟାରୱେଜ୍ ବିମାନରେ ନିଆଁ ଲାଗିବା ପରେ ଉଡ଼ାଣ ବାତିଲ, ସମସ୍ତ ଯାତ୍ରୀ ସୁରକ୍ଷିତ
ନୂଆଦିଲ୍ଲୀ, ୧୨ ମଇ(ହି.ସ.) – ମଙ୍ଗଳବାର ଦିନ ଚେନ୍ନାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏକ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇଥିଲା। ଆବୁଧାବି ଯାଉଥିବା ଇତିହାଦ ଏୟାରୱେଜର ଏକ ବିମାନରେ ନିଆଁ ଲାଗିବା ପରେ ଏହାକୁ ବାତିଲ କରିଦିଆ ଯାଇଛି। ବିମାନରେ ଥିବା ପ୍ରାୟ ୨୮୦ ଜଣ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଚେନ୍ନ
ଆବୁଧାବି ଯାଉଥିବା ଇତିହାଦ ଏୟାରୱେଜ୍ ବିମାନରେ ନିଆଁ ଲାଗିବା ପରେ ଉଡ଼ାଣ ବାତିଲ, ସମସ୍ତ ଯାତ୍ରୀ ସୁରକ୍ଷିତ


ନୂଆଦିଲ୍ଲୀ, ୧୨ ମଇ(ହି.ସ.) – ମଙ୍ଗଳବାର ଦିନ ଚେନ୍ନାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏକ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇଥିଲା। ଆବୁଧାବି ଯାଉଥିବା ଇତିହାଦ ଏୟାରୱେଜର ଏକ ବିମାନରେ ନିଆଁ ଲାଗିବା ପରେ ଏହାକୁ ବାତିଲ କରିଦିଆ ଯାଇଛି। ବିମାନରେ ଥିବା ପ୍ରାୟ ୨୮୦ ଜଣ ଯାତ୍ରୀ ସୁରକ୍ଷିତ ଅଛନ୍ତି।

ଚେନ୍ନାଇ ଅନ୍ତର୍ଜାତୀୟ ବିମାନ ବନ୍ଦରର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଏତିହାଦ ଏୟାରୱେଜ୍ ବିମାନ ଉଡ଼ାଣ ପାଇଁ ପ୍ରସ୍ତୁତି କରୁଥିବାବେଳେ ପାଇଲଟ୍ମାନେ ବିମାନର ଡେଣାରେ ନିଆଁ ଦେଖିଥିଲେ, ଯାହାପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ବିମାନରୁ ଓହ୍ଲାଇ ଦିଆଯାଇଥିଲା ଏବଂ କୌଣସି ଆହତ ହୋଇନଥିବା ଅଧିକାରୀମାନେ କହିଛନ୍ତି।

ଅଗ୍ନିଶମ କର୍ମଚାରୀମାନେ ତୁରନ୍ତ ନିଆଁକୁ ଆୟତ କରିଥିଲେ ଏବଂ ବିମାନ ଉଡ଼ାଣ ବାତିଲ କରାଯାଇଥିଲା ବୋଲି ଅଧିକାରୀମାନେ କହିଛନ୍ତି। ଅଧିକାରୀମାନେ କହିଛନ୍ତି ଯେ ବିମାନ ଏବଂ ୱିଙ୍ଗର ଯାଂଚ ପରେ ହିଁ ବିମାନ ଚଳାଚଳ ପୁଣି ଆରମ୍ଭ ହେବ। ଯାତ୍ରୀମାନଙ୍କୁ ଅସ୍ଥାୟୀ ବ୍ୟବସ୍ଥାରେ ସ୍ଥାନିତ କରାଯାଇଥିଲା ଏବଂ ସୁରକ୍ଷାକୁ ଦୃଷ୍ଟିରେ ରଖି ଅଧିକ ଯାଂଚକୁ ଜୋରଦାର କରାଯାଇଛି। ଇତିହାଦ ଏୟାରୱେଜ୍ ପକ୍ଷରୁ ତୁରନ୍ତ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande