
ଡେରାଡୁନ, ୧୨ ମଇ(ହି.ସ.) – ରୁଦ୍ରପ୍ରୟାଗ ଜିଲ୍ଲାର ଶ୍ରୀ ମଦମହେଶ୍ୱର ମନ୍ଦିରର ପ୍ରବେଶ ଦ୍ୱାର ମଇ ୨୧ରେ ଭକ୍ତମାନଙ୍କ ପାଇଁ ଖୋଲାଯିବ। ଯାତ୍ରାସୂଚୀ ବିଷୟରେ ବିସ୍ତୃତ ସୂଚନା ଦେଇ ବଦ୍ରିନାଥ-କେଦାରନାଥ ମନ୍ଦିର କମିଟିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି ଯେ ମଇ୧୭ରେ ଭଗବାନ ମଦମହେଶ୍ୱରଙ୍କ ଉତ୍ସବ ମୂର୍ତି ଓମ୍ଙ୍କାରେଶ୍ୱର ମନ୍ଦିରର ଗର୍ଭଗୃହରୁ ବାହାରି ଆସିବ ଏବଂ ମନ୍ଦିରର ସଭା ମଣ୍ଡପରେ ବସିବ।
ସେ ସୂଚନା ଦେଇଛନ୍ତି ଯେ ୧୯ ମଇରେ ଭଗବାନ ମଦମହେଶ୍ୱରଙ୍କ ଉତ୍ସବ ଡୋଲି ସକାଳେ ଓମ୍କାରେଶ୍ୱର ମନ୍ଦିରରୁ ପ୍ରସ୍ଥାନ କରିବ ଏବଂ ରାତିରେ ଅଟକିବା ପାଇଁ ରାକେଶ୍ୱରୀ ମନ୍ଦିରରେ ପହଂଚିବ। ଏହାପରେ ୨୦ ମଇରେ ଡୋଲି ରାନସୀରୁ ପ୍ରସ୍ଥାନ କରିବ ଏବଂ ଏକ ରାତି ରହଣି ପାଇଁ ଗୌଣ୍ଡରରେ ପହଂଚିବ।
ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କହିବା ଅନୁଯାୟୀ, ୨୧ ତାରିଖ ଦିନ ଭଗବାନ ମଦମହେଶ୍ୱରଙ୍କ ପର୍ବ ସକାଳେ ଡୋଲି ଗ୍ରାମ ଗୌଣ୍ଡରରୁ ପ୍ରସ୍ଥାନ କରିବ ଏବଂ କର୍କଟ ଲଗ୍ନରେ ଶ୍ରୀ ମଦମହେଶ୍ୱର ମନ୍ଦିରର ପ୍ରବେଶ ଦ୍ୱାର ସାଧାରଣ ଭକ୍ତମାନଙ୍କ ପାଇଁ ରୀତିନୀତି ସହିତ ଖୋଲାଯିବ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି