
ଗ୍ୱୌହାଟୀ, ୧୦ ମଇ (ହି.ସ.)। ଆସାମରେ ଲଗାତାର ତୃତୀୟଥର ପାଇଁ ଭାରତୀୟ ଜନତା
ପାର୍ଟି (ଭାଜପା) ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମହାମେଂଟ (ଏନଡିଏ) ସରକାରର ଶପଥ ଗ୍ରହଣ
ସମାରୋହ ଆସନ୍ତା ୧୨ ମଇରେ ଅନୁଷ୍ଠିତ ହେବ। ଆଜି ଆସାମ ପ୍ରଦେଶ ଭାଜପା ମୁଖ୍ୟାଳୟ ଅଟଳ ବିହାରୀ
ବାଜପେୟୀ ଭବନରେ ଏନଡିଏ ବିଧାୟକ ଦଳର ନେତା ଭାବେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କୁ
ସର୍ବସମ୍ମତିକ୍ରମେ ଚୟନ କରାଯାଇଛି।
ଏହି ଅବସରରେ ବିଜେପିର
ଜାତୀୟ ପର୍ଯ୍ୟବେକ୍ଷକ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡାଏବଂ ହରିୟାଣାର ମୁଖ୍ୟମନ୍ତ୍ରୀ ନାଏବ ସିଂ ସାଇନୀଉପସ୍ଥିତ ଥିଲେ। ଜେପି ନଡ୍ଡାବିଧାୟକ ଦଳର ବୈଠକରେ ବିଧାୟକମାନଙ୍କ ସହ ଆଲୋଚନା ପରେ ହିମନ୍ତ ବିଶ୍ୱଶର୍ମାଙ୍କୁ
ଏନଡିଏ ବିଧାୟକ ଦଳର ନେତା ଭାବେ ଚୟନ କରାଯାଇଥିବା ଘୋଷଣା କରିଥିଲେ।
ହିମନ୍ତ ବିଶ୍ୱଶର୍ମାଙ୍କୁ ନାମକୁ
ଆଠ ଜଣ ବରିଷ୍ଠ ବିଧାୟକ ପ୍ରସ୍ତାବ କରିଥିଲେ। ରଞ୍ଜିତ କୁମାର ଦାସ, ବିଶ୍ୱଜିତ ଦୈମାରୀ, ଅଜନ୍ତା ନେଓଗ, ରାମେଶ୍ୱର ତେଲୀ, ରାଜଦୀପ ରାୟ, ଅଶୋକ ସିଂଘଲ, ପୀୟୂଷ ହଜାରିକା ଏବଂ ଚକ୍ରଧର ଗୋଗୋଇ ତାଙ୍କ ନାମକୁ ସମର୍ଥନ
କରିଥିଲେ। ଏହାପରେ ଜେପି ନଡ୍ଡା ହିମନ୍ତ ବିଶ୍ୱଶର୍ମାଙ୍କନାମ ଘୋଷଣା କରିଥିଲେ। ବିଧାୟକ ଦଳର ନେତାଙ୍କ ନାମ ଘୋଷଣା ହେବା ସହିତ
“ଭାରତ ମାତା କୀ ଜୟ” ଏବଂ “ଜୟ ଶ୍ରୀରାମ” ନାରାରେ ସମଗ୍ର ବିଜେପି ମୁଖ୍ୟାଳୟ ଗୁଞ୍ଜରିତ ହୋଇଉଠିଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା