
ନୂଆଦିଲ୍ଲୀ, ୧୦ ମଇ (ହି.ସ.)- କଂଗ୍ରେସ ସାଧାରଣ ସମ୍ପାଦକ (ଯୋଗାଯୋଗ) ଜୟରାମ ରମେଶ ପୁଣିଥରେ କେନ୍ଦ୍ର ସରକାରଙ୍କ ଗ୍ରେଟ ନିକୋବର ଦ୍ୱୀପ ବିକାଶ ପ୍ରକଳ୍ପ ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି । ସେ କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ଚିଠି ଲେଖି ଅଭିଯୋଗ କରିଛନ୍ତି ଯେ, ପ୍ରକଳ୍ପକୁ ଦିଆଯାଇଥିବା ପରିବେଶ ମଞ୍ଜୁରି ଅସମ୍ପୂର୍ଣ୍ଣ ଏବଂ ଅପର୍ଯ୍ୟାପ୍ତ ପରିବେଶ ପ୍ରଭାବ ଆକଳନ (ଇଆଇଏ) ରିପୋର୍ଟ ଉପରେ ଆଧାରିତ ।
ଜୟରାମ ରମେଶ କହିଛନ୍ତି ଯେ, ସରକାରଙ୍କ ଦ୍ୱାରା ପ୍ରକାଶିତ 'ଗ୍ରେଟ ନିକୋବର ପ୍ରୋଜେକ୍ଟ ଏଫଏକ୍ୟୁ' ରେ କରାଯାଇଥିବା ଅନେକ ଦାବି ମନ୍ତ୍ରଣାଳୟର ସରକାରୀ ଡକ୍ୟୁମେଂଟ ଏବଂ ଉପଲବ୍ଧ ଅଧ୍ୟୟନ ସହିତ ମେଳ ଖାଉନାହିଁ ।
ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ନିଜର ଚିଠି ସେୟାର କରି ଜୟରାମ ରମେଶ କହିଛନ୍ତି ଯେ, ସରକାର ମଇ୧ ତାରିଖରେ ଜାରି ହୋଇଥିବା ଏଫଏକ୍ୟୁରେ ଦାବି କରିଛନ୍ତି ଯେ, ପ୍ରକଳ୍ପର ସମ୍ଭାବ୍ୟ ପରିବେଶ ପ୍ରଭାବକୁ ବ୍ୟାପକ ଭାବରେ ଚିହ୍ନଟ, ମୂଲ୍ୟାଙ୍କନ ଏବଂ ପରିଚାଳନା କରାଯାଉଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ