
ଗୁରୁଗ୍ରାମ, ୧୦ ମଇ (ହି.ସ.)- ୟୁଟ୍ୟୁବର୍ ଏବଂ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଏଲଭିଶ ଯାଦବଙ୍କୁ ପୁଣି ଥରେ ହତ୍ୟା ଧମକ ମିଳିଛି । ଏଥର ତାଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ନାମରେ ୧୦ କୋଟି ଟଙ୍କା ମଗାଯାଇଥିବା ଅଭିଯୋଗ ହୋଇଛି । ଏକ ବିଦେଶୀ ନମ୍ବରରୁ ହ୍ୱାଟ୍ସଆପ୍ ବାର୍ତା ମାଧ୍ୟମରେ ଏହି ଧମକ ଦିଆଯାଇଥିଲା । ପ୍ରେରକ ନିଜକୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଘନିଷ୍ଠ ସହଯୋଗୀ ରଣଦୀପ ମଲିକ ବୋଲି ପରିଚୟ ଦେଇଛନ୍ତି ।
ରବିବାର ଦିନ ଏହି ମାମଲାରେ ଅଭିଯୋଗ ପାଇବା ପରେ ଗୁରୁଗ୍ରାମର ସେକ୍ଟର-୫୬ ପୋଲିସ ଷ୍ଟେସନ ତଦନ୍ତ ଆରମ୍ଭ କରିଛି । କେଉଁଠୁ ଧମକ ବାର୍ତା ପଠାଯାଇଥିଲା ତାହା ଜାଣିବାକୁ ପୋଲିସ ଚେଷ୍ଟା କରୁଛି । ରିପୋର୍ଟ ଅନୁଯାୟୀ, ଏଲଭିଶ ଯାଦବ ବର୍ତମାନ ଏକ ସୁଟିଂ କାମରେ ଗୁରୁଗ୍ରାମରୁ ବାହାରେ ଅଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ